ଡୋନାଲ୍ଡ ଟ୍ରମ୍ପ ହେଲେ ‘ପର୍ସନ ଅଫ ଦି ଇୟର-୨୦୨୪’

ନ୍ୟୁୟର୍କ ୧୨।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ଟାଇମ ମ୍ୟାଗଜିନ’ ଗୁରୁବାର ପର୍ସନ ଅଫ ଦି ଇୟର-୨୦୨୪ ସମ୍ମାନ ପାଇଁ ମନୋନୀତ କରିଛି। ଏହି ସମ୍ମାନ ତାଙ୍କୁ ରାଜନୈତିକ ଇତିହାସରେ ଅଭୂତପୂର୍ବ ପ୍ରତ୍ୟାବର୍ତ୍ତନ ଓ ବିଶ୍ୱରେ ଆମେରିକାର ଭୂମିକା ବଦଳାଇବା ପାଇଁ ପ୍ରଦାନ କରାଯିବ। ପତ୍ରିକା ଡୋନାଲ୍ଡ ଟ୍ରମ୍ପଙ୍କୁ ପିଢୀରେ ଥରେ ହେଉଥିବା ରାଜନୈତିକ ପରିବର୍ତ୍ତନ ଓ ଆମେରିକା ରାଷ୍ଟ୍ରପତି ପଦବୀକୁ ନୂଆ କରି ପରିଭାଷିତ କରିବା ପାଇଁ ମଧ୍ୟ ସମ୍ମାନୀତ କରିଛି। ଟାଇମ ମ୍ୟାଗଜିନ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ୱିତୀୟବାର  ‘ପର୍ସନ ଅଫ ଦି ଇୟର’ ବାଛିଛି, ଯେଉଁଥିରେ ତାଙ୍କ ରାଜନୈତିକ ପ୍ରଭାବ ଓ ୨୦୨୪ରେ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ବିପକ୍ଷରେ ବିଜୟକୁ ମାନ୍ୟତା ଦିଆଯାଇଛି। ଟ୍ରମ୍ପଙ୍କୁ ଏହି ସମ୍ମାନ ପ୍ରଥମ ଥର ୨୦୧୬ ମସିହାରେ ମିଳିଥିଲା, ଯେତେବେଳେ ସେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ବିଜୟୀ ହୋଇଥିଲେ। ୫ ନଭେମ୍ବର ୨୦୨୪ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ କମଲା ହ୍ୟାରିସଙ୍କୁ ହରାଇ ପୁଣି ହ୍ୱାଇଟ୍ ହାଉସ୍ ଦଖଲ କରିଛନ୍ତି। Donald Trump is TIME's Person of the Year https://t.co/IjP5W2otV5 pic.twitter.com/CVHX9o0DB3— TIME (@TIME) December 12, 2024ଟ୍ରମ୍ପଙ୍କ ଏହି ବିଜୟକୁ ଏବେ ତାଙ୍କ ରାଜନୈତିକ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବ

ଡୋନାଲ୍ଡ ଟ୍ରମ୍ପ ହେଲେ ‘ପର୍ସନ ଅଫ ଦି ଇୟର-୨୦୨୪’

ନ୍ୟୁୟର୍କ ୧୨।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ଟାଇମ ମ୍ୟାଗଜିନ’ ଗୁରୁବାର ପର୍ସନ ଅଫ ଦି ଇୟର-୨୦୨୪ ସମ୍ମାନ ପାଇଁ ମନୋନୀତ କରିଛି। ଏହି ସମ୍ମାନ ତାଙ୍କୁ ରାଜନୈତିକ ଇତିହାସରେ ଅଭୂତପୂର୍ବ ପ୍ରତ୍ୟାବର୍ତ୍ତନ ଓ ବିଶ୍ୱରେ ଆମେରିକାର ଭୂମିକା ବଦଳାଇବା ପାଇଁ ପ୍ରଦାନ କରାଯିବ। ପତ୍ରିକା ଡୋନାଲ୍ଡ ଟ୍ରମ୍ପଙ୍କୁ ପିଢୀରେ ଥରେ ହେଉଥିବା ରାଜନୈତିକ ପରିବର୍ତ୍ତନ ଓ ଆମେରିକା ରାଷ୍ଟ୍ରପତି ପଦବୀକୁ ନୂଆ କରି ପରିଭାଷିତ କରିବା ପାଇଁ ମଧ୍ୟ ସମ୍ମାନୀତ କରିଛି। 

ଟାଇମ ମ୍ୟାଗଜିନ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ୱିତୀୟବାର  ‘ପର୍ସନ ଅଫ ଦି ଇୟର’ ବାଛିଛି, ଯେଉଁଥିରେ ତାଙ୍କ ରାଜନୈତିକ ପ୍ରଭାବ ଓ ୨୦୨୪ରେ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ବିପକ୍ଷରେ ବିଜୟକୁ ମାନ୍ୟତା ଦିଆଯାଇଛି। ଟ୍ରମ୍ପଙ୍କୁ ଏହି ସମ୍ମାନ ପ୍ରଥମ ଥର ୨୦୧୬ ମସିହାରେ ମିଳିଥିଲା, ଯେତେବେଳେ ସେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ବିଜୟୀ ହୋଇଥିଲେ। ୫ ନଭେମ୍ବର ୨୦୨୪ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ କମଲା ହ୍ୟାରିସଙ୍କୁ ହରାଇ ପୁଣି ହ୍ୱାଇଟ୍ ହାଉସ୍ ଦଖଲ କରିଛନ୍ତି। 


ଟ୍ରମ୍ପଙ୍କ ଏହି ବିଜୟକୁ ଏବେ ତାଙ୍କ ରାଜନୈତିକ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ମନେ କରାଯାଉଛି। ଟାଇମ ନିଜ ବୟାନରେ କହିଛି ଯେ ‘ଐତିହାସିକ ରୂପେ ପ୍ରତ୍ୟାବର୍ତ୍ତନ କରିବା, ପୀଢିରେ ଥରେ ହେବାକୁ ଥିବା ରାଜନୈତିକ ପୁନର୍ଗଠନକୁ ଆଗକୁ ବଢେଇବା, ଆମେରିକା ରାଷ୍ଟ୍ରପତି ପଦକୁ ନୂଆ ଆକାର ଦେବା ଓ ବିଶ୍ୱରେ ଆମେରିକାର ଭୂମିକାକୁ ବଦଳେଇବାରେ ଡୋନାଲ୍ଡ ଟ୍ରମ୍ପ ଟାଇମର ୨୦୨୪ ‘ପର୍ସନ ଅଫ ଦି ଇୟର ଅଟନ୍ତି’। ’


ଟାଇମର ଚଳିତ ସପ୍ତାହରେ ପ୍ରକାଶିତ ଅଙ୍କରେ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ବିଶେଷ ଲାଲ ଟାଇ ଓ ଭାବୁକ ମୁଦ୍ରାରେ ଛପା ଯାଇଛି। ଟାଇମର ମୁଖ୍ୟ ସମ୍ପାଦକ ସାମ ଜ୍ୟାକବସ୍ ଏନବିସି ଟୁଡେ ସୋ ରେ ଟ୍ରମ୍ପଙ୍କ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ୨୦୨୪ର ନ୍ୟୁଜରେ ଭଲ ହେଉ ବା ଖରାପ ପାଇଁ ଟ୍ରମ୍ପଙ୍କ ପ୍ରଭାବ ସବୁଠୁ ଅଧିକ ଥିଲା। ସେ କହିଛନ୍ତି ଯେ ଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଐତିହାସିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦକୁ ନୂଆ ଆକାର ଦେଲେ ଓ ରାଜନୀତିକୁ ପୁଣି ବ୍ୟବସ୍ଥିତ କଲେ।