ବିଜେପି ଛାଡିଲେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

ନୀଳଗିରି ୨୯।୩: ବିଜେପି ଛାଡିଲେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ । ରାଜ୍ୟ ବିଜେପି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନୀଳଗିରି ବିଧାୟକ ସୂଚନା ଦେଇଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ସେ ନେଇ କିଛି ସୂଚନା ଦେଇନାହାନ୍ତି । ସେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି ।ସୂଚନାଯୋଗ୍ୟ ଯେ, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଗତ ୨୦୧୯ ମସିହାରେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସହିତ ମନୋମାଳିନ୍ୟ କାରଣରୁ ବିଜେଡି ଛାଡି ବିଜେପିରେ ମିଶିଥିଲେ। ବିଜେପି ଦଳରୁ ବିଧାୟକ ପ୍ରାର୍ଥୀ ହୋଇ ଜିତିଥିଲେ । ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ କର୍ମୀ ଓ ବିଧାୟକଙ୍କ ସହ କର୍ମୀ ମାନଙ୍କ ମଧ୍ୟରେ ତାଳମେଳ ରହୁ ନଥିବାରୁ ସର୍ବଦା ବିବାଦ ଲାଗି ରହୁଥିଲା । ତେବେ ସେ ଆଜି ବିଜେପି ଦଳରୁ ଇସ୍ତଫା ବିଧିବଦ୍ଧ ଭାବେ ରାଜ୍ୟ ସଭାପତିଙ୍କୁ ଦେବା ପରେ ଏଭଳି ସୂଚନା ଦେଇଛନ୍ତି । ତେବେ ସେ କେଉଁ  ଦଳରେ ଯୋଗଦେବେ ବୋଲି କିଛି କହି ନଥିବା ବେଳେ ଆଗକୁ ସୂଚନା ଦେବେ ବୋଲି କହିଛନ୍ତି । ଗତ ନିର୍ବାଚନରେ ବିଜେଡି ଦଳରୁ ସନ୍ତୋଷ ଖଟୁଆ ଟିକେଟ୍ ପାଇ ମାତ୍ର ୧୫୭୭ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ଯଦି ସୁକାନ୍ତ ବିଜେଡିରେ ଯୋଗଦେବେ ତାହେଲେ ବିଜେଡି ସୁପ୍ରିମୋ କାହା ଉପରେ ଆସ୍ଥା ରଖୁଛନ୍ତି ତାହା ଉପରେ ନଜର ରହିଛି । ତେବେ ଯାହାର ଟିକେଟ୍ କଟେ ହୁଏତ ତାଙ୍କୁ ବାଲେଶ୍ଵର ସ

ବିଜେପି ଛାଡିଲେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

ନୀଳଗିରି ୨୯।୩: ବିଜେପି ଛାଡିଲେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ । ରାଜ୍ୟ ବିଜେପି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନୀଳଗିରି ବିଧାୟକ ସୂଚନା ଦେଇଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ସେ ନେଇ କିଛି ସୂଚନା ଦେଇନାହାନ୍ତି । ସେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଗତ ୨୦୧୯ ମସିହାରେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସହିତ ମନୋମାଳିନ୍ୟ କାରଣରୁ ବିଜେଡି ଛାଡି ବିଜେପିରେ ମିଶିଥିଲେ। ବିଜେପି ଦଳରୁ ବିଧାୟକ ପ୍ରାର୍ଥୀ ହୋଇ ଜିତିଥିଲେ । ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ କର୍ମୀ ଓ ବିଧାୟକଙ୍କ ସହ କର୍ମୀ ମାନଙ୍କ ମଧ୍ୟରେ ତାଳମେଳ ରହୁ ନଥିବାରୁ ସର୍ବଦା ବିବାଦ ଲାଗି ରହୁଥିଲା । ତେବେ ସେ ଆଜି ବିଜେପି ଦଳରୁ ଇସ୍ତଫା ବିଧିବଦ୍ଧ ଭାବେ ରାଜ୍ୟ ସଭାପତିଙ୍କୁ ଦେବା ପରେ ଏଭଳି ସୂଚନା ଦେଇଛନ୍ତି । ତେବେ ସେ କେଉଁ  ଦଳରେ ଯୋଗଦେବେ ବୋଲି କିଛି କହି ନଥିବା ବେଳେ ଆଗକୁ ସୂଚନା ଦେବେ ବୋଲି କହିଛନ୍ତି । 

ଗତ ନିର୍ବାଚନରେ ବିଜେଡି ଦଳରୁ ସନ୍ତୋଷ ଖଟୁଆ ଟିକେଟ୍ ପାଇ ମାତ୍ର ୧୫୭୭ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ଯଦି ସୁକାନ୍ତ ବିଜେଡିରେ ଯୋଗଦେବେ ତାହେଲେ ବିଜେଡି ସୁପ୍ରିମୋ କାହା ଉପରେ ଆସ୍ଥା ରଖୁଛନ୍ତି ତାହା ଉପରେ ନଜର ରହିଛି । ତେବେ ଯାହାର ଟିକେଟ୍ କଟେ ହୁଏତ ତାଙ୍କୁ ବାଲେଶ୍ଵର ସାଂସଦ ଭାବେ ଟିକେଟ୍ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

You Can Read :

ହାତ ଛାଡି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ