ଆୟୁଷ୍ମାନ ଭାରତର ହିତାଧିକାରୀ ସଂଖ୍ୟା ବଢୁଛି, ହେଲେ ମିଳୁନି ସ୍ୱାସ୍ଥ୍ୟସେବା
ଭୁବନେଶ୍ଵର : ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ସଂଖ୍ୟା... The post ଆୟୁଷ୍ମାନ ଭାରତର ହିତାଧିକାରୀ ସଂଖ୍ୟା ବଢୁଛି, ହେଲେ ମିଳୁନି ସ୍ୱାସ୍ଥ୍ୟସେବା appeared first on .
ଭୁବନେଶ୍ଵର : ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ସଂଖ୍ୟା ୧ କୋଟି ଟପିଛି l ଏହି ଯୋଜନାକୁ ଆୟୁଷ୍ମାନ ଭାରତ ସହିତ ମିଶ୍ରଣ କରି ଦେଇଛି ରାଜ୍ୟର ବିଜେପି ସରକାର। କିନ୍ତୁ ଆୟୁଷ୍ମାନ ଭାରତ ଲାଗୁ ହେବା ଦିନରୁ ଓଡ଼ିଶାବାସୀ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ। ଗରିବ ଲୋକଙ୍କୁ ଭଲ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁନି। ପଂଜୀକରଣ ହିତାଧିକାରୀ ସଂଖ୍ୟା ସଂଖ୍ୟା ବଢ଼ୁଥିଲେ ମଧ୍ୟ ଓଡ଼ିଶାବାସୀ ଠିକ୍ ରେ ଚିକିତ୍ସା ପାଉ ନାହାନ୍ତି। ଆୟୁଷ୍ମାନ ଯୋଜନାର ବିଫଳତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ l ସେ ଅଭିଯୋଗ କରିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ବହୁ ସମସ୍ୟା ଥିବାରୁ ଲୋକେ ଚିକିତ୍ସl ପାଇପାରୁନାହାନ୍ତି l ରୋଗୀ ଆଡ଼ମିଶନ ନେଲେ ଆପୃର୍ଭାଲ ନେବାରେ ବିଳମ୍ୱ ହେଉଛି l ଆୟୁଷ୍ମାନ କାର୍ଡରେ ବହୁ ନିୟମ ଥିବାରୁ ଲୋକେ ହଇରାଣ ହେଉଛନ୍ତି l ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି। କିନ୍ତୁ ନବୀନ ସରକାର ବେଳେ BSKY ରେ ଲୋକେ ଭଲରେ ମାଗଣାରେ ଚିକିତ୍ସା ପାଉଥିଲେ। ପଂଜୀକୃତ ହିତାଧିକାରୀଙ୍କ ସଂଖ୍ୟା ନୁହେଁ ସମସ୍ତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି।
ଆୟୁଷ୍ମାନ ଯୋଜନାର ବିଫଳତାକୁ ନେଇ କଂଗ୍ରେସ ମଧ୍ୟ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛି l ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ବିଗିଡି ଯାଇଛି ସ୍ବାସ୍ଥ୍ୟସେବା l ବିଜେଡି ସରକାର ସମୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡରେ ଗରିବ ଲୋକ ମାଗଣାରେ ଚିକିତ୍ସା ହୋଇ ଉପକୃତ ହେଉଥିବା ବେଳେ ଆୟୁଷ୍ମାନ ଯୋଜନା ରେ ଠିକରେ ସ୍ବାସ୍ଥ୍ୟ ସେବା ପାଉ ନାହାନ୍ତି, ହଇରାଣ ହେଉଛନ୍ତି l ଏପରିକି ଚିକିତ୍ସା ନ ପାଇ ଲୋକେ ମରିଯାଉଥିବା କଂଗ୍ରେସ ଅଭିଯୋଗ କରିଛି l ସେପଟେ ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ଠିକ୍ ଭାବେ କାମ କରୁଛି ଓ ଲୋକେ ଉପକୃତ ହେଉଛନ୍ତି l ଉପକୂଳରୁ ଉପାନ୍ତ ଯାଏ ବିଗିଡି ଯାଇଛି ସ୍ୱାସ୍ଥ୍ୟ ସେବା l ଆୟୁଷ୍ମାନ ଭାରତ ଯୋଜନାରେ ନାନା ସମସ୍ୟା ଥିବାରୁ ଲୋକେ ହନ୍ତସନ୍ତ।
The post ଆୟୁଷ୍ମାନ ଭାରତର ହିତାଧିକାରୀ ସଂଖ୍ୟା ବଢୁଛି, ହେଲେ ମିଳୁନି ସ୍ୱାସ୍ଥ୍ୟସେବା appeared first on .