ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ପରେ ଘରେ ପହଞ୍ଚିଲେ ଅଭିନେତା ସୈଫ ଅଲ୍ଲୀ ଖାଁ

ମୁମ୍ବାଇ: ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ପରେ ଘରେ ପହଞ୍ଚିଲେ ଅଭିନେତା ସୈଫ ଅଲ୍ଲୀ ଖାଁ। ୬ ଦିନ ପରେ... The post ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ପରେ ଘରେ ପହଞ୍ଚିଲେ ଅଭିନେତା ସୈଫ ଅଲ୍ଲୀ ଖାଁ appeared first on .

ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ପରେ ଘରେ ପହଞ୍ଚିଲେ ଅଭିନେତା ସୈଫ ଅଲ୍ଲୀ ଖାଁ

ମୁମ୍ବାଇ: ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ପରେ ଘରେ ପହଞ୍ଚିଲେ ଅଭିନେତା ସୈଫ ଅଲ୍ଲୀ ଖାଁ। ୬ ଦିନ ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସୈଫ। ଗତ ୧୬ ତାରିଖରେ ବାନ୍ଦ୍ରା ଘରେ ହୋଇଥିବା ଛୁରାମାଡ଼ ଘଟଣାରେ ସେ ହୋଇଥିଲେ ଆହତ। ହସ୍ପିଟାଲକୁ ଆଜି ମା ଶର୍ମିଳା ଟାଗୋର ଆଜି ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ସେପଟେ ଛୁରାମାଡ଼ ଘଟଣାରେ ଏବେ ସେଠାରେ ପୋଲିସ ତଦନ୍ତ କରୁଥିବାରୁ ସୈଫ ଓ ତାଙ୍କ ପରିବାର ସେହି ବାନ୍ଦ୍ରାରେ ୫ଶହ ମିଟର ଦୂରରେ ଥିବା ପୁରୁଣା ଫର୍ଚ୍ୟୁନ  ହାଇଟସ ଘରକୁ ଚାଲିଯିବେ ବୋଲି ସୂଚନା ମିଳିଛି।

ଫର୍ଚ୍ୟୁନ ହାଇଟସ ଏରିଆ କଡ଼ା ସୁରକ୍ଷା ବଳୟରେ ଥିବାରୁ ସୈଫ ସେଠାକୁ ସିଫ୍ଟ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ସଦଗୁରୁ ସରନ ଘର ଚାରିପଟେ ସିସିଟିଭି ଖଞ୍ଜା ଯାଇଛି । ସେପଟେ ପୋଲିସ ରାତିଅଧିଆ ଶେଷ କରିଛି କ୍ରାଇମ ସିନ ରିକ୍ରିଏସନ । ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶେହେଜାଦକୁ ନେଇ ମୁମ୍ବାଇ ପୋଲିସ କରିଛି ସିନ ରିକ୍ରିଏସନ। ମହମ୍ମଦ ଶରିଫୁଲ ଇସଲାମ ଓରଫ ବିଜୟ ଦାସକୁ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ନେଇ ସିନ ରିକ୍ରିଏଟ କରିଛି ପୋଲିସ। ମାମଲାରେ ୫ଦିନିଆ ରିମାଣ୍ଡରେ ନେଇ ଛାନବିନ କରୁଛି ମୁମ୍ବାଇ ପୋଲିସ।

The post ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ପରେ ଘରେ ପହଞ୍ଚିଲେ ଅଭିନେତା ସୈଫ ଅଲ୍ଲୀ ଖାଁ appeared first on .