ବରିଷ୍ଠ IAS ସ୍ତରରେ ଅଦଳବଦଳ
ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।... The post ବରିଷ୍ଠ IAS ସ୍ତରରେ ଅଦଳବଦଳ appeared first on .
ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସୁଧାଂଶୁ ମୋହନ ସାମଲଙ୍କୁ ରାଜ୍ୟ ସରକାର ଓଡ଼ିଶା ମାଇନିଂ କର୍ପୋରେସନ୍ (ଓଏମ୍ସି)ରେ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଇନ୍ଦ୍ରମଣି ତ୍ରିପାଠୀ ଶ୍ରମ ଆୟୁକ୍ତ ଭାବେ ଦାୟିତ୍ବ ପାଇଥିବା ବେଳେ ଯାମିନୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ସିଟି ଜିଏସ୍ଟି କମିସନର ଭାବେ ଅବସ୍ଥାପିତ କରିଛନ୍ତି।
ଚିତ୍ରା ଅରୁମୁଗମ୍ଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୁଖ ଦାୟିତ୍ବ ମିଳିଛି। ତ୍ରିଲୋଚନ ମାଝୀ ଗୃହ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି।
ସେହିପରି ଚିତ୍ରା ଅରୁମୁଗମ୍ଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୁଖ ଦାୟିତ୍ବ ମିଳିଛି। ତ୍ରିଲୋଚନ ମାଝୀ ଗୃହ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି। ସିଦ୍ଧାର୍ଥ ଦାସଙ୍କୁ ଓଡ଼ିଶା କୋଅପରେଟିଭ୍ ସୋସାଇଟିର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ମିଳିଛି। ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ସତ୍ୟବ୍ରତ ରାଉତ। ଓଡ଼ିଶା ଜୀବିକା ମିସନରେ ମୋନିକା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଦୀପଙ୍କର ମହାପାତ୍ର କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ହୋଇଥିବା ବେଳେ ସ୍ମିତା ରାଉତଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।
The post ବରିଷ୍ଠ IAS ସ୍ତରରେ ଅଦଳବଦଳ appeared first on .