୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ ରିପୋର୍ଟ ତଲବ କଲା ଏନ୍‌ଜିଟି

ମାଲକାନଗିରି, ୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମୋଟୁ ତହସିଲ ଅଧୀନରେ ୧୦୦ ଏକର ଜଙ୍ଗଲ ଜମିକୁ ବେଆଇନ କବ୍‌ଜାକରି ଇସ୍‌ଲାମ୍‌ନଗର ନିର୍ମାଣ ଘଟଣାରେ ଏନ୍‌ଜିଟି ହସ୍ତକ୍ଷେପ ସହ ରିପୋର୍ଟ ତଲବ କରିଛି। ପିସିସିଏଫ୍‌ ଓ ମାଲକାନଗିରି ଜିଲାପାଳଙ୍କୁ ଏନ୍‌ଜିଟି ପକ୍ଷରୁ ସୋମବାର ନୋଟିସ ଆସିବା ପରେ ପୁନର୍ବାର ତଦନ୍ତ ପାଇଁ ମୋଟୁ ରେଞ୍ଜରଙ୍କୁ ଦାୟିତ୍ୱ ଦେବା ସହ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମାଲକାନଗିରି ଏସିଏଫ୍‌ ମନସୁନ ଖେମୁଡୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବେଆଇନ […] The post ୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ ରିପୋର୍ଟ ତଲବ କଲା ଏନ୍‌ଜିଟି appeared first on Dharitri Odia News.

୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ ରିପୋର୍ଟ ତଲବ କଲା ଏନ୍‌ଜିଟି

ମାଲକାନଗିରି, ୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମୋଟୁ ତହସିଲ ଅଧୀନରେ ୧୦୦ ଏକର ଜଙ୍ଗଲ ଜମିକୁ ବେଆଇନ କବ୍‌ଜାକରି ଇସ୍‌ଲାମ୍‌ନଗର ନିର୍ମାଣ ଘଟଣାରେ ଏନ୍‌ଜିଟି ହସ୍ତକ୍ଷେପ ସହ ରିପୋର୍ଟ ତଲବ କରିଛି। ପିସିସିଏଫ୍‌ ଓ ମାଲକାନଗିରି ଜିଲାପାଳଙ୍କୁ ଏନ୍‌ଜିଟି ପକ୍ଷରୁ ସୋମବାର ନୋଟିସ ଆସିବା ପରେ ପୁନର୍ବାର ତଦନ୍ତ ପାଇଁ ମୋଟୁ ରେଞ୍ଜରଙ୍କୁ ଦାୟିତ୍ୱ ଦେବା ସହ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମାଲକାନଗିରି ଏସିଏଫ୍‌ ମନସୁନ ଖେମୁଡୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବେଆଇନ ଇସ୍‌ଲାମନଗରକୁ ସଂଯୋଗ ହୋଇଥିବା ରାସ୍ତା ନିର୍ମାଣ ପାଇଁ ବନ ବିଭାଗ ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ ବୋଲି ଏସିଏଫ୍‌ କହିିଛନ୍ତି। ଏଥିପାଇଁ କାଲିମେଳା ବିଡିଓ ଏବଂ ମୋଟୁ ତହସିଲଦାରକୁ ଚିଠି କରାଯାଇ ଏ ସମ୍ପର୍କରେ ତଦନ୍ତ ରିପୋର୍ଟ ମଗାଯାଇଛି। ଏଥିରେ ଯିଏ କେହି ବି ଭୁଲ୍‌ କରିଥିବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ଖେମୁଡୁ କହିଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘଦିନ ଧରି କେତେକ ବ୍ୟକ୍ତି ମୋଟୁ ତହସିଲ ଅଧୀନରେ ଥିବା ଏକର ଏକର ଜଙ୍ଗଲ ଜମିକୁ ଜବରଦଖଲକରି ସେଠାରେ ବିରାଟ ଅଟ୍ଟାଳିକା ଏବଂ ଏକାଧିକ ପୋଖରୀ ଖନନ କରିଥିଲେ। ତେବେ ଏହି ଅଟ୍ଟାଳିକା ମଧ୍ୟରେ ଜଡ଼ିବୁଟି ବା ଆୟୁର୍ବେଦ ଔଷଧ ତିଆରି ହେଉଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ବିଗତ ଦିନରେ ସେଠାରେ ଚଢ଼ାଉ କରାଯାଇ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା। ଏନେଇ ଏନ୍‌ଜିଟି ପକ୍ଷରୁ ରିପୋର୍ଟ ତଲବ ପରେ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ପଦକ୍ଷେପ ନେଉଥିବା ଜଣାପଡିଛି।

The post ୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ ରିପୋର୍ଟ ତଲବ କଲା ଏନ୍‌ଜିଟି appeared first on Dharitri Odia News.