ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କର କ୍ୟାନସରରେ ମୃତ୍ୟୁ
ନୂଆଦିଲ୍ଲୀ : ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କର ୨୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ୨ ବର୍ଷ କାଳ କର୍କଟ ରୋଗ ସହ ଲଢ଼ିବାପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଫେମିନା ମିସ ଇଣ୍ଡିଆ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରି ରିଙ୍କି ଚକମାଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିଛି। ଗତମାସରେ ଚକମା ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ଚ୍ୟାଲେଞ୍ଜିଂ ଯାତ୍ରା ସଂକ୍ରାନ୍ତରେ କହିଥିଲେ। ଚକମାଙ୍କୁ ସ୍ତନ କର୍କଟ ହୋଇଥଲା। ସେ […]

ନୂଆଦିଲ୍ଲୀ : ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କର ୨୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ୨ ବର୍ଷ କାଳ କର୍କଟ ରୋଗ ସହ ଲଢ଼ିବାପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଫେମିନା ମିସ ଇଣ୍ଡିଆ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରି ରିଙ୍କି ଚକମାଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିଛି। ଗତମାସରେ ଚକମା ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ଚ୍ୟାଲେଞ୍ଜିଂ ଯାତ୍ରା ସଂକ୍ରାନ୍ତରେ କହିଥିଲେ। ଚକମାଙ୍କୁ ସ୍ତନ କର୍କଟ ହୋଇଥଲା। ସେ ଅସ୍ତ୍ରୋପଚାର ମଧ୍ୟ କରିଥିଲେ। ତେବେ ୨ ବର୍ଷ କାଳ କର୍କଟ ସହ ଲଢ଼ିବାପରେ ସେ ଶେଷରେ ହାରିଗଲେ। ରିଙ୍କି ଚକମା କହିଥିଲେ ସେ ପ୍ରଥମେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କାହାକୁ କିଛି ଜଣାଇବାକୁ ଚାହୁନଥିଲେ। ଏକା ସେ ଲଢ଼ିବାକୁ ଚାହିଥିଲେ। କିନ୍ତୁ ପରିଶେଷରେ ସେ ତାଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସମସ୍ତଙ୍କୁ ଅବଗତ କରିଥିଲେ ଏବଂ ଏହାର ଠିକ୍ ମାସକ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ରିଙ୍କି ଚକମାଙ୍କର ବ୍ରେନ୍ ଟ୍ୟୁମର ମଧ୍ୟ ହୋଇଥିଲା।