ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ବେଳେ ସପା ନେତା ନବାବ ସିଂହ ଯାଦବ ଗିରଫ

ନୂଆଦିଲ୍ଲୀ: ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ବେଳେ ସମାଜବାଦୀ ପାର୍ଟି (ସପା) ନେତା ନବାବ ସିଂହ ଯାଦବଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ତାଙ୍କ ନାମରେ ବିଏନ୍‌ଏସ୍‌ ଓ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଉତ୍ତରପ୍ରଦେଶ ପୁଲିସକୁ ୧୧୨ ହେଲ୍ପଲାଇନ ନମ୍ବରରେ ଏକ କଲ୍ ଆସିଥିଲା। ତାଙ୍କୁ ନଗ୍ନ କରାଯାଇ ଦୁଷ୍କର୍ମ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଥିଲେ। ପୁଲିସ ସେଠାରେ ପହଞ୍ଚି […]

ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ବେଳେ ସପା ନେତା ନବାବ ସିଂହ ଯାଦବ ଗିରଫ

ନୂଆଦିଲ୍ଲୀ: ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ବେଳେ ସମାଜବାଦୀ ପାର୍ଟି (ସପା) ନେତା ନବାବ ସିଂହ ଯାଦବଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ତାଙ୍କ ନାମରେ ବିଏନ୍‌ଏସ୍‌ ଓ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଉତ୍ତରପ୍ରଦେଶ ପୁଲିସକୁ ୧୧୨ ହେଲ୍ପଲାଇନ ନମ୍ବରରେ ଏକ କଲ୍ ଆସିଥିଲା। ତାଙ୍କୁ ନଗ୍ନ କରାଯାଇ ଦୁଷ୍କର୍ମ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଥିଲେ। ପୁଲିସ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଆପତ୍ତିଜନକ ଅବସ୍ଥାରେ ନବାବ ସିଂହ ଯାଦବଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ନାବାଳିକା ଜଣକ କହିଥିଲେ ଯେ ସେ ତାଙ୍କ ମାଉସୀଙ୍କ ସହ ଯାଦବଙ୍କ ବାସଭବନକୁ ଯାଇଥିଲେ ଏବଂ ତାଙ୍କୁ ଚାକିରି ପାଇଁ ସେଠାରେ ରହିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଅଭିଯୁକ୍ତକୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ନାବାଳିକାର ବୟସ ପ୍ରାୟ ୧୫ ବର୍ଷ ବୋଲି ଏସ୍‌ପି ଅମିତ କୁମାର ଆନନ୍ଦ କହିଛନ୍ତି।