ଆଳୁ ପିଆଜ ଯୋଗାଇବ ନାଫେଡ଼ – ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଅହେତୁକ ପରିବା ଦର ସହ ଆଳୁ ପିଆଜ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଦରଦାମ ବୃଦ୍ଧିକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା I ନାଶିକରୁ ପିଆଜ ୩୪ ଟଙ୍କାରେ ଆସୁଛି। ପରିବହନ ଖର୍ଚ୍ଚ ମିଶି କେଜି ପ୍ରତି ୪୦ ଟଙ୍କା ପଡିଯାଉଛି। ଫଳରେ ଖୁଚୁରା ବଜାରରେ ଏବେ ଦର ଟିକେ ଉଚ୍ଚା ରହିଛି। ସେହିପରି ଆଳୁ ଲାଗି ଆସାମ ଓ ବେଙ୍ଗଲ ଉପରେ […]

ଆଳୁ ପିଆଜ ଯୋଗାଇବ ନାଫେଡ଼ – ମନ୍ତ୍ରୀ
ଆଳୁ ପିଆଜ ଯୋଗାଇବ ନାଫେଡ଼ - ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଅହେତୁକ ପରିବା ଦର ସହ ଆଳୁ ପିଆଜ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଦରଦାମ ବୃଦ୍ଧିକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା I ନାଶିକରୁ ପିଆଜ ୩୪ ଟଙ୍କାରେ ଆସୁଛି। ପରିବହନ ଖର୍ଚ୍ଚ ମିଶି କେଜି ପ୍ରତି ୪୦ ଟଙ୍କା ପଡିଯାଉଛି। ଫଳରେ ଖୁଚୁରା ବଜାରରେ ଏବେ ଦର ଟିକେ ଉଚ୍ଚା ରହିଛି। ସେହିପରି ଆଳୁ ଲାଗି ଆସାମ ଓ ବେଙ୍ଗଲ ଉପରେ ଓଡ଼ିଶା ନିର୍ଭରଶୀଳ ଥିବାରୁ ସେଠାରେ ଦର ବଢ଼ିବାରୁ ଆମ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି। ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ । ତେବେ ଅନାବଶ୍ୟକ ହୋର୍ଡିଂ ଉପରେ ନଜର ରଖାଯାଇଛି। ଗୋଦାମ ସର୍ଚ୍ଚ କରାଯାଉଛି I କେତେ କ୍ୱିଣ୍ଟାଲ ରଖିବା କଥା ,କେତେ ଅଛି ସେ ସବୁ ପ୍ରତି ଜିଲ୍ଲାରେ ଯାଞ୍ଚ ହେବ I ଯଦି ଆବଶ୍ୟକତା ଠାରୁ ଅଧିକ ଗୋଦାମରେ ଗଛିତ ରଖି ଖାଉଟିଙ୍କୁ ହଇରାଣ କରାଯାଏ, ଏଭଳି ଘଟଣା ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଟମାଟୋ ଓ ପରିବା ଦର ବୃଦ୍ଧି ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଏହା ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ। ଦରବୃଦ୍ଧି ସମସ୍ୟାର ସମାଧାନ ଲାଗି ଆଗକୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। ଅତ୍ୟଧିକ ଖରା ଯୋଗୁଁ ଆବଶ୍ୟକ ଅନୁଯାୟୀ କଞ୍ଚା ପରିବା ଉତ୍ପାଦନ ହୋଇ ପାରି ନଥିଲା I ଅନ୍ୟପଟେ ବର୍ଷା ହେଲେ ମଧ୍ୟ ପରିବା ପଚିଯାଇଥାଏ I ତେଣୁ ଆବଶ୍ୟକ ଅନୁଯାୟୀ ପରିବା ଗଛିତ ରଖିବା ପାଇଁ ପ୍ରତି ବ୍ଲକରେ କଲଡ ଷ୍ଟୋର ଖୋଲାଯିବ I ଏଥିପାଇଁ କିଛି ସମୟ ଲାଗିବ I