ଜେଲ ଗଲେ ରସିକିଆ ଥାନା ବାବୁ

ଜଗତସିଂହପୁର: ଜେଲ ଗଲେ ରସିକିଆ ଥାନା ବାବୁ । କୁଜଙ୍ଗ ଥାନା ଅଧିକାରୀ ତପନ ନାହାକଙ୍କୁ ଗିରଫ ପରେ ଆଳିପିଙ୍ଗଳ ଜେଲକୁ ପଠାଇଦିଆଯାଇଛି । ଏଥିସହ ତାଙ୍କୁ ଡିଜିପି ୱାଇ ବି ଖୁରାନିଆ ଚାକିରିରୁ ନିଲମ୍ବନ କରିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଧରାଛୁଆଁ ନଦେବାରୁ ତପନ ନାହାକଙ୍କ ବିରୋଧରେ ଜଣେ ମହିଳା ହୋମଗାର୍ଡ ଅଭିଯୋଗ କରିଥିଲେ । ଏନେଇ ଜଗତସିଂହପୁର ସଦର ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ଥାନା […] The post ଜେଲ ଗଲେ ରସିକିଆ ଥାନା ବାବୁ appeared first on KNews Odisha.

ଜେଲ ଗଲେ ରସିକିଆ ଥାନା ବାବୁ
thana iic kujanga

ଜଗତସିଂହପୁର: ଜେଲ ଗଲେ ରସିକିଆ ଥାନା ବାବୁ । କୁଜଙ୍ଗ ଥାନା ଅଧିକାରୀ ତପନ ନାହାକଙ୍କୁ ଗିରଫ ପରେ ଆଳିପିଙ୍ଗଳ ଜେଲକୁ ପଠାଇଦିଆଯାଇଛି । ଏଥିସହ ତାଙ୍କୁ ଡିଜିପି ୱାଇ ବି ଖୁରାନିଆ ଚାକିରିରୁ ନିଲମ୍ବନ କରିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଧରାଛୁଆଁ ନଦେବାରୁ ତପନ ନାହାକଙ୍କ ବିରୋଧରେ ଜଣେ ମହିଳା ହୋମଗାର୍ଡ ଅଭିଯୋଗ କରିଥିଲେ ।

ଏନେଇ ଜଗତସିଂହପୁର ସଦର ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ଥାନା ଅଧିକାରୀ ଫେରାର ହୋଇଯାଇଥିଲେ। ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଖୋର୍ଦ୍ଧା ନିକଟରୁ ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ। ସଂପୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରାଯାଇଛି ।

ଜଗତସିଂହପୁର ପୁଲିସ ଅଧୀକ୍ଷକ (ଏସପି) ଭବାନୀ ଶଙ୍କର ଉଦଗାତା କହିଥିଲେ, ଜଣେ ମହିଳା ହୋମଗାର୍ଡ ଥାନାରେ ରାଇଟର ଭାବରେ କାମ କରୁଥିବା ସମୟରେ ଆଇଆଇସି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ରିପୋର୍ଟ କରିଥିଲେ। ଜଗତସିଂହପୁର ପୁଲିସ ଷ୍ଟେସନରେ ଏକ ମାମଲା ନଂ ୧୧୭/୨୫ ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି।

Also read: ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ଯୋଗୁଁ ନିଲମ୍ୱିତ ହେଲେ ଇନ୍ସପେକ୍ଟର

The post ଜେଲ ଗଲେ ରସିକିଆ ଥାନା ବାବୁ appeared first on KNews Odisha.