୫ ବର୍ଷରେ ବିଦେଶରୁ ୧୩୪ ଜଣ ପଳାତକଙ୍କୁ ଫେରାଇ ଆଣିଛି ସିବିଆଇ
ନୂଆଦିଲ୍ଲୀ: ସିବିଆଇ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦେଶରୁ ୧୩୪ ଜଣ ପଳାତକଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି, ଯାହା କି ୨୦୧୦ରୁ ୨୦୧୯ ମଧ୍ୟରେ ସମଗ୍ର ଦଶନ୍ଧି ମଧ୍ୟରେ ପ୍ରତ୍ୟର୍ପିତଙ୍କ ସଂଖ୍ୟାଠାରୁ ପ୍ରାୟ ଦୁଇଗୁଣ। ଇଣ୍ଟରପୋଲ୍ ସହିତ ବିଭିନ୍ନ ଦେଶ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହ ସମନ୍ୱୟ ରକ୍ଷା କରି ସିବିଆଇ ୨୦୨୦ରୁ ଏହି ୧୩୪ ଜଣ ପଳାତକଙ୍କୁ ପ୍ରତ୍ୟର୍ପଣ କରିବାରେ ସକ୍ଷମ ହୋଇଛି। ସେଥିମଧ୍ୟରୁ ୨୩ ଜଣଙ୍କୁ ଚଳିତ ବର୍ଷ ଫେରାଇ ଅଣାଯାଇଛି। […]

ନୂଆଦିଲ୍ଲୀ: ସିବିଆଇ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦେଶରୁ ୧୩୪ ଜଣ ପଳାତକଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି, ଯାହା କି ୨୦୧୦ରୁ ୨୦୧୯ ମଧ୍ୟରେ ସମଗ୍ର ଦଶନ୍ଧି ମଧ୍ୟରେ ପ୍ରତ୍ୟର୍ପିତଙ୍କ ସଂଖ୍ୟାଠାରୁ ପ୍ରାୟ ଦୁଇଗୁଣ। ଇଣ୍ଟରପୋଲ୍ ସହିତ ବିଭିନ୍ନ ଦେଶ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହ ସମନ୍ୱୟ ରକ୍ଷା କରି ସିବିଆଇ ୨୦୨୦ରୁ ଏହି ୧୩୪ ଜଣ ପଳାତକଙ୍କୁ ପ୍ରତ୍ୟର୍ପଣ କରିବାରେ ସକ୍ଷମ ହୋଇଛି। ସେଥିମଧ୍ୟରୁ ୨୩ ଜଣଙ୍କୁ ଚଳିତ ବର୍ଷ ଫେରାଇ ଅଣାଯାଇଛି। ଅପରପକ୍ଷରେ ୨୦୧୦ରୁ ୨୦୧୯ ଦଶନ୍ଧି ମଧ୍ୟରେ ମାତ୍ର ୭୪ ଜଣ ପଳାତକଙ୍କୁ ଫେରାଇ ଅଣାଯାଇଥିଲା। ସଫଳତା ହାରରେ ବୃଦ୍ଧି ପାଇଁ ସରକାରଙ୍କ କୂଟନୈତିକ ଯୋଗାଯୋଗ ବୃଦ୍ଧି, ଭିଭିଆଇପି ଗସ୍ତ, ଦ୍ୱିପାକ୍ଷିକ ସମ୍ପର୍କ, ବୈଷୟିକ ଉନ୍ନତି ଓ ଇଣ୍ଟରପୋଲ୍ ସହ ଉନ୍ନତ ସମନ୍ବୟ ପ୍ରମୁଖ କାରଣ ବୋଲି ଅଧିକାରୀମାନେ କହିଛନ୍ତି। ପ୍ରତ୍ୟର୍ପଣ ପ୍ରକ୍ରିୟାର ତିନୋଟି ପର୍ଯ୍ୟାୟ ରହିଛି: ଇଣ୍ଟରପୋଲ୍ ଦ୍ୱାରା ରେଡ୍ ନୋଟିସ୍ ଜାରି କରିବା, ପଳାତକଙ୍କୁ ଠାବ କରିବା ଏବଂ ଆଇନଗତ ଓ କୂଟନୈତିକ ପ୍ରକ୍ରିୟାରେ ପ୍ରତ୍ୟର୍ପଣ। ଏସବୁ ସମୟ ସାପେକ୍ଷ ପ୍ରକ୍ରିୟା। ଇଣ୍ଟରପୋଲ ପକ୍ଷରୁ ରେଡ୍ ନୋଟିସ୍ ଜାରି କରିବା ପାଇଁ ସମସ୍ତ ୧୯୫ଟି ଦେଶକୁ ପଳାତକ ୱାଣ୍ଟେଡ୍ ବିଷୟରେ ସତର୍କ କରାଇବା ଆବଶ୍ୟକ। ଏହି ସମୟ ହ୍ରାସ କରିବା ପାଇଁ ସିବିଆଇ ଜାନୁଆରିରେ ଏହାର ଡିଜିଟାଲ ପୋର୍ଟାଲ ଭାରତପୋଲ ଆରମ୍ଭ କରିଥିଲା। ଫଳରେ ରେଡ୍ ନୋଟିସ୍ ପ୍ରକାଶ ପାଇଁ ହାରାହାରି ସମୟ ୬ ମାସରୁ ୩ ମାସକୁ ହ୍ରାସ ପାଇଛି। ଏହାବ୍ୟତୀତ ପ୍ରତ୍ୟର୍ପଣ ଓ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସରକାରଙ୍କ ମଧ୍ୟରେ ବୁଝାମଣା, ଯାହା କି ଭାରତର କୂଟନୈତିକ କାର୍ଯ୍ୟକଳାପ ଯୋଗୁଁ ଉଲ୍ଲେଖନୀୟ ବୃଦ୍ଧି ପାଇଛି। ।