ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ…
ନୂଆଦିଲ୍ଲୀ/ଭୁବନେଶ୍ୱର,୭ା୧୦: ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନକ୍ସଲ ଅପରେଶନ ତୀବ୍ର କରିବାକୁ ୧୨ କମ୍ପାନୀ ଫୋର୍ସ ମାଗିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରେ ନକ୍ସଲ ଅପରେଶନ ଜୋରଦାର କରାଯାଇଛି। ସେଠାକାର ନକ୍ସଲଙ୍କର ଓଡ଼ିଶାରେ ଅନୁପ୍ରବେଶ ସମ୍ଭାବନା ରହିଛି। ବିଶେଷକରି ନୂଆପଡ଼ା, କନ୍ଧମାଳ, ମାଲକାନଗିରି ପ୍ରତି ଫୋକସ ରହିଛି। ୧୨ କମ୍ପାନୀ ସିଏପିଏଫ୍ ଓ ଗୋଟିଏ ହେଲିକପ୍ଟର ପାଇଁ ଦାବି କରିଛି। ଏ ସମ୍ପର୍କରେ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ […] The post ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ/ଭୁବନେଶ୍ୱର,୭ା୧୦: ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନକ୍ସଲ ଅପରେଶନ ତୀବ୍ର କରିବାକୁ ୧୨ କମ୍ପାନୀ ଫୋର୍ସ ମାଗିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରେ ନକ୍ସଲ ଅପରେଶନ ଜୋରଦାର କରାଯାଇଛି।
ସେଠାକାର ନକ୍ସଲଙ୍କର ଓଡ଼ିଶାରେ ଅନୁପ୍ରବେଶ ସମ୍ଭାବନା ରହିଛି। ବିଶେଷକରି ନୂଆପଡ଼ା, କନ୍ଧମାଳ, ମାଲକାନଗିରି ପ୍ରତି ଫୋକସ ରହିଛି। ୧୨ କମ୍ପାନୀ ସିଏପିଏଫ୍ ଓ ଗୋଟିଏ ହେଲିକପ୍ଟର ପାଇଁ ଦାବି କରିଛି। ଏ ସମ୍ପର୍କରେ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ଦୃଷ୍ଟି ଆକର୍ଷଣ କରିଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାମ ପାଇଁ ସହଯୋଗ ସ୍ବରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଏନେଇ ବିଚାର କରିବାକୁ କଥା ଦେଇଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଟାର୍ଗେଟକୁ ନେଇ ଆମେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଦିଲ୍ଲୀରେ ଗୁରୁବାର ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କୁ ଟାସ୍କ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ମୁଖ୍ୟମନ୍ତ୍ରୀ ନକ୍ସଲ ମୁକାବିଲା ନେଇ ମାସକୁ ଥରେ ସମୀକ୍ଷା କରିବେ ବୋଲି ଶାହା ନିର୍ଦ୍ଦେଶ ଦେଇଛନ୍ତି। ଜିଲାସ୍ତରରେ ଡିଜିପି ମାସକୁ ଥରେ ଯାଇ ସେଠାରେ ରାତ୍ରିଯାପନ କରିବେ। ସୁରକ୍ଷାକର୍ମୀଙ୍କ ସହ ମିଶି ଡିଜିପି ସେମାନଙ୍କ ମନୋବଳ ବଢ଼ାଇବେ ବୋଲି ଆଜି ଶାହା କହିଛନ୍ତି।
The post ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ… appeared first on Dharitri Odia News.