କାର୍‌ସ ୨୪ ସହ ଏଚ୍‌ସିଆଇଏଲ୍‌ର ବୁଝାମଣା

ନୂଆଦିଲ୍ଲୀ,୧୨।୧୦: ଭାରତର ଅଗ୍ରଣୀ ଅଟୋଟେକ୍‌ ପ୍ଲାଟ୍‌ଫର୍ମ କାର୍‌ସ ୨୪ ଏବଂ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଯୋଗରେ ହୋଣ୍ଡା ଏକ ଆସ୍ୟୋଡ୍‌ ବାଏବ୍ୟାକ୍‌ ପ୍ରୋଗ୍ରାମ ପ୍ରଚଳନ କରିଛି। ଏହି ଅନନ୍ୟ କାର୍ଯ୍ୟକ୍ରମ ‘ଦ ଗ୍ରେଟ୍‌ ହୋଣ୍ଡା ଫେଷ୍ଟ କ୍ୟାମ୍ପେନ’ର ଅଂଶ ଭାବେ ପ୍ରଚଳନ କରାଯାଇଛି,ଯାହା କ୍ରୟ କରାଯାଉଥିବା ନୂଆ ହୋଣ୍ଡା କାର୍‌ଗୁଡିକ ନିମନ୍ତେ ଭବିଷ୍ୟତରେ ପୁନଃ ବିକ୍ରୟ ମୂଲ୍ୟ ନିଶ୍ଚିତ କରିବାକୁ ଲକ୍ଷ୍ୟ […] The post କାର୍‌ସ ୨୪ ସହ ଏଚ୍‌ସିଆଇଏଲ୍‌ର ବୁଝାମଣା appeared first on Dharitri Odia News.

କାର୍‌ସ ୨୪ ସହ ଏଚ୍‌ସିଆଇଏଲ୍‌ର ବୁଝାମଣା

ନୂଆଦିଲ୍ଲୀ,୧୨।୧୦: ଭାରତର ଅଗ୍ରଣୀ ଅଟୋଟେକ୍‌ ପ୍ଲାଟ୍‌ଫର୍ମ କାର୍‌ସ ୨୪ ଏବଂ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଯୋଗରେ ହୋଣ୍ଡା ଏକ ଆସ୍ୟୋଡ୍‌ ବାଏବ୍ୟାକ୍‌ ପ୍ରୋଗ୍ରାମ ପ୍ରଚଳନ କରିଛି। ଏହି ଅନନ୍ୟ କାର୍ଯ୍ୟକ୍ରମ ‘ଦ ଗ୍ରେଟ୍‌ ହୋଣ୍ଡା ଫେଷ୍ଟ କ୍ୟାମ୍ପେନ’ର ଅଂଶ ଭାବେ ପ୍ରଚଳନ କରାଯାଇଛି,ଯାହା କ୍ରୟ କରାଯାଉଥିବା ନୂଆ ହୋଣ୍ଡା କାର୍‌ଗୁଡିକ ନିମନ୍ତେ ଭବିଷ୍ୟତରେ ପୁନଃ ବିକ୍ରୟ ମୂଲ୍ୟ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହାଦ୍ୱାରା କ୍ରେତାଙ୍କୁ ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିଥାଏ।
ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ (ମାର୍କେଟିଂ ଆଣ୍ଡ ସେଲ୍ସ) କୁନାଲ ବେହଲ କହିଥିଲେ,ଆସ୍ୟୋଡ୍‌ ବାଏବ୍ୟାକ୍‌ ପ୍ରୋଗ୍ରାମ ପ୍ରଚଳନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି କାର୍‌ସ ୨୪ ସହ ଆମର ସହଯୋଗିତା ଅତୁଳନୀୟ ମୂଲ୍ୟ ଏବଂ ମାନସିକ ଶାନ୍ତି ପ୍ରଦାନ ନିମନ୍ତେ ହୋଣ୍ଡାର ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି ଏବଂ କ୍ରେତାମାନଙ୍କୁ ଏକ ବିଶ୍ୱଶ୍ରେଣୀର ଗାଡ଼ିଚାଳନା ଅନୁଭୂତି ପ୍ରଦାନ ସହ ଉନ୍ନୀତ କରିବା ସମୟ ଆସିଲେ ଏକ ଉତ୍ତମ ପୁନଃ ବିକ୍ରି ସୁରକ୍ଷିତ କରିବା ସୁନିଶ୍ଚିତ କରୁଛି।
ସେହିଭଳି କାର୍‌ସ ୨୪’ର କୋ-ଫାଉଣ୍ଡର ଆଣ୍ଡ ସିଏଫ୍‌ଓ ରୁଚିତ ଅଗ୍ରୱାଲ କହିଥିଲେ, ଆମେ ଏଚ୍‌ସିଆଇଏଲ୍‌ ସହ ସହଭାଗିତାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି କାର୍‌ ମାଲିକମାନଙ୍କୁ ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିବାକୁ ଏହି ଆସ୍ୟୋଡ୍‌ ବାଏବ୍ୟାକ୍‌ ପ୍ରୋଗ୍ରାମର ଡିଜାଇନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବରରେ ଦ ଗ୍ରେଟ୍‌ ହୋଣ୍ଡା ଫେଷ୍ଟ୍‌ର ଟ୍ରିପଲ ବୋନାଞ୍ଜା ଫାଇଦାର ଅଂଶ ଭାବେ ଗ୍ରାହକମାନେ ନଗଦ ଅର୍ଥ ରିହାତି, ରକ୍ଷଣାବେକ୍ଷଣ ପ୍ୟାକେଜ, ଆସ୍ୟୋଡ୍‌ ବାଏବ୍ୟାକ୍‌ ପ୍ରୋଗ୍ରାମ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସୁନା ଜିତିବା ଆଦି ସମେତ ବିଭିନ୍ନ ବିକଳ୍ପରୁ ଗ୍ରାହକ ଯାହାକୁ ବାଛିପାରିବେ।

The post କାର୍‌ସ ୨୪ ସହ ଏଚ୍‌ସିଆଇଏଲ୍‌ର ବୁଝାମଣା appeared first on Dharitri Odia News.