ତପ୍ତପାଣିରେ ମର୍ମନ୍ତୁଦ ଦୁର୍ଘଟଣା; ଘାଟିରେ ଓଲଟିଲା ଟ୍ରକ୍, ୧୨ ଆହତ
ବ୍ରହ୍ମପୁର ୨୮/୦୪: ଗଞ୍ଜାମ ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ବୋରଓ୍ବେଲ ଟ୍ରକ୍ । ଏଥିରେ୧୨ଜଣ ଆହତ ହୋଇଛନ୍ତି । ସେହିପରି ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି ।ସୂଚନା ଅନୁଯାୟୀ, ନଳକୂପ ଖନନ ଗାଡ଼ିଟି ଗଜପତିରୁ ଗଞ୍ଜାମ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ତପ୍ତପାଣୀ ଘାଟି ନିକଟରେ ଟ୍ରକ୍ଟି ନିୟନ୍ତ୍ରଣ ହରାଇଥିଲା ଘାଟିରେ ଓଲଟିପଡ଼ିଛି । ଯାହା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ବସି ଯାତ୍ରା କରୁଥିବା ୧୨ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ବ୍ରହ୍ମପୁର ୨୮/୦୪: ଗଞ୍ଜାମ ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ବୋରଓ୍ବେଲ ଟ୍ରକ୍ । ଏଥିରେ୧୨ଜଣ ଆହତ ହୋଇଛନ୍ତି । ସେହିପରି ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁଯାୟୀ, ନଳକୂପ ଖନନ ଗାଡ଼ିଟି ଗଜପତିରୁ ଗଞ୍ଜାମ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ତପ୍ତପାଣୀ ଘାଟି ନିକଟରେ ଟ୍ରକ୍ଟି ନିୟନ୍ତ୍ରଣ ହରାଇଥିଲା ଘାଟିରେ ଓଲଟିପଡ଼ିଛି । ଯାହା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ବସି ଯାତ୍ରା କରୁଥିବା ୧୨ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।