ଗାଜାରେ ରକ୍ତମୁଖା ଇସ୍ରାଏଲ ସେନା; ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍, ୩୦ ମୃତ
ଗାଜାସିଟି,୫ ।୮: ଗାଜା ସିଟିରେ ରକ୍ତର ହୋଲି ଖେଳୁଛି ଇସ୍ରାଏଲ ସେନା । ରବିବାର ଆଇଡିଏଫ ଗାଜାସିଟିର ଦୁଇଟି ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି । ଏହି ହମଲାରେ ୩୦ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତ । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଯେଉଁ ଦୁଇ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା ସେଠାରେ ବିସ୍ଥାପିତ ପାଲେଷ୍ଟାନୀୟ ଆଶ୍ରୟ ନେଇଥିଲେ । ପଶ୍ଚିମ ଗାଜା ସିଟିରେ ଥିବା ହାସନ ସଲମା ଓ ଅଲ୍-ନାସର ସ୍କୁଲ ଉପରେ ଏହି ଆକ୍ରମଣ କରାଯାଇଥିଲା । ଗାଜା ସିଭିଲ ଡିଫେନ୍ସ ବିଭାଗର ମୁଖପାତ୍ର ମାମୁଦ ବସଲ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗାଜା ସିଟିରେ ଆଉ କୌଣସି ସ୍ଥାନ ନିରାପଦ ନୁହେଁ । ଗାଜାର ଶେଖ ରଡୱାନ ଅଞ୍ଚଳରେ ଥିବା ଏକ ସ୍କୁଲ ଉପରେ ଗତକାଲି ଇସ୍ରାଏଲସେନା ଏୟାରଷ୍ଟ୍ରାଇକ୍ କରିବା ଫଳରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ ସେନା ଗାଜାର ୧୭୨ଟି ଆଶ୍ରୟ କେନ୍ଦ୍ର ଉପରେ ଆକ୍ରମଣ କରିସାରିଲାଣି । ସେଥିରୁ ୧୫୨ଟି ସ୍କୁଲ ରହିଛି । ସ୍କୁଲ ଉପରେ ଇସ୍ରାଏଲ ସେନାର ଏହି ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୧୦୫୦ ଜଣ ପ୍ରାଣ ହରାଇଛନ୍ତି । ଗତ ୧୦ ମାସ ଧରି ଇସ୍ରାଏଲ ସେନା ପାଲେଷ୍ଟାନୀୟଙ୍କ ଉପରେ ଆକ୍ରମଣ ଜାରି ରଖିଛି । ହମାସ ଆତଙ୍କୀଙ୍କୁ ନିପାତ କରିବା ନାଁ ସାଧାରଣ ଲୋକ, ମହିଳା ଓ ଛୋଟ ପିଲ
ଗାଜାସିଟି,୫ ।୮: ଗାଜା ସିଟିରେ ରକ୍ତର ହୋଲି ଖେଳୁଛି ଇସ୍ରାଏଲ ସେନା । ରବିବାର ଆଇଡିଏଫ ଗାଜାସିଟିର ଦୁଇଟି ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି । ଏହି ହମଲାରେ ୩୦ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତ । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଯେଉଁ ଦୁଇ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା ସେଠାରେ ବିସ୍ଥାପିତ ପାଲେଷ୍ଟାନୀୟ ଆଶ୍ରୟ ନେଇଥିଲେ । ପଶ୍ଚିମ ଗାଜା ସିଟିରେ ଥିବା ହାସନ ସଲମା ଓ ଅଲ୍-ନାସର ସ୍କୁଲ ଉପରେ ଏହି ଆକ୍ରମଣ କରାଯାଇଥିଲା । ଗାଜା ସିଭିଲ ଡିଫେନ୍ସ ବିଭାଗର ମୁଖପାତ୍ର ମାମୁଦ ବସଲ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗାଜା ସିଟିରେ ଆଉ କୌଣସି ସ୍ଥାନ ନିରାପଦ ନୁହେଁ । ଗାଜାର ଶେଖ ରଡୱାନ ଅଞ୍ଚଳରେ ଥିବା ଏକ ସ୍କୁଲ ଉପରେ ଗତକାଲି ଇସ୍ରାଏଲସେନା ଏୟାରଷ୍ଟ୍ରାଇକ୍ କରିବା ଫଳରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି ।
ଗତବର୍ଷ ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ ସେନା ଗାଜାର ୧୭୨ଟି ଆଶ୍ରୟ କେନ୍ଦ୍ର ଉପରେ ଆକ୍ରମଣ କରିସାରିଲାଣି । ସେଥିରୁ ୧୫୨ଟି ସ୍କୁଲ ରହିଛି । ସ୍କୁଲ ଉପରେ ଇସ୍ରାଏଲ ସେନାର ଏହି ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୧୦୫୦ ଜଣ ପ୍ରାଣ ହରାଇଛନ୍ତି । ଗତ ୧୦ ମାସ ଧରି ଇସ୍ରାଏଲ ସେନା ପାଲେଷ୍ଟାନୀୟଙ୍କ ଉପରେ ଆକ୍ରମଣ ଜାରି ରଖିଛି । ହମାସ ଆତଙ୍କୀଙ୍କୁ ନିପାତ କରିବା ନାଁ ସାଧାରଣ ଲୋକ, ମହିଳା ଓ ଛୋଟ ପିଲାଙ୍କୁ ଟାର୍ଗେଟ କରି ହତ୍ୟା କରୁଛି ।