ଛାତ୍ର କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମ
ଭୁବନେଶ୍ୱର, ୫।୯(ସୁନିତ୍ ମିଶ୍ର): ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ବୁଧବାର ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନଠାରୁ ଏକ ରାଲିରେ ବାହାରି ବିଧାନସଭା ଅଭିମୁଖେ ଯିବା ସମୟରେ ଲୋୟର ପିଏମ୍ଜିଠାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଛାତ୍ର କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ କେତେଜଣ ଛାତ୍ର କଂଗ୍ରେସ […] The post ଛାତ୍ର କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମ appeared first on Dharitri Odia News.
ଭୁବନେଶ୍ୱର, ୫।୯(ସୁନିତ୍ ମିଶ୍ର): ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ବୁଧବାର ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନଠାରୁ ଏକ ରାଲିରେ ବାହାରି ବିଧାନସଭା ଅଭିମୁଖେ ଯିବା ସମୟରେ ଲୋୟର ପିଏମ୍ଜିଠାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଛାତ୍ର କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ କେତେଜଣ ଛାତ୍ର କଂଗ୍ରେସ ନେତାଙ୍କୁ ଅଟକ ରଖି ପରବର୍ତ୍ତୀ ସମୟରେ ଛାଡ଼ିଦେଇଥିବା ଜଣାପଡ଼ିଛି।
ଏହି ଅବସରରେ ଉଦିତ୍ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ବନ୍ଦକରି ସରକାର ନେତୃତ୍ୱ ସୃଷ୍ଟି କରିବାପାଇଁ ଚାହୁଁନାହାନ୍ତି। ଛାତ୍ରମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ। ଭବିଷ୍ୟତର ପିଢ଼ିକୁ ଏ ସରକାର ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି। ପୂର୍ବର ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ। ଭାଜପା ସରକାରରେ ଏହାର ପୁନରାବୃତ୍ତି କରାଯାଇଛି। ଏଥିରୁ ସ୍ପଷ୍ଟ ଅନୁମେୟ ଉଭୟ ଭାଜପା ଏବଂ ବିଜେଡି ଛାତ୍ରୀଛାତ୍ରଙ୍କୁ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ରଖିବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି। ତଥାପି ସରକାରଙ୍କ ଏଭଳି ଷଡ଼ଯନ୍ତ୍ରକୁ ଛାତ୍ର କଂଗ୍ରେସ କେବେହେଲେ ବରଦାସ୍ତ କରିବ ନାହିଁ। ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ରେଭେନ୍ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଯେଉଁ ହୀନ ପ୍ରୟାସ କରୁଛନ୍ତି ତାହ ନିନ୍ଦନୀୟ। ଅପରପକ୍ଷେ ଛାତ୍ର କଂଗ୍ରେସ ସଭାପତି ତାଙ୍କ ବକ୍ତବ୍ୟରେ ମଧ୍ୟ ରେଭେନ୍ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାର ଯଦି ଛାତ୍ରୀଛାତ୍ରଙ୍କ ନ୍ୟାଯ୍ୟ ଦାବିରେ କୌଣସି ବାଧା ସୃଷ୍ଟି କରନ୍ତି ତେବେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ଉଦିତ୍ କହିଛନ୍ତି।
The post ଛାତ୍ର କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମ appeared first on Dharitri Odia News.