ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ: ଜୟସ୍ବାଲ-ଅକ୍ଷରଙ୍କୁ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ,୧୭।୧: ଆଇସିସି ବୁଧବାର ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତର ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଏବଂ ଅଲରାଉଣ୍ଡର ଅକ୍ଷସ୍‌ର ପଟେଲଙ୍କୁ ବଡ଼ ଫାଇଦା ମିଳିଛି। ୟଶାସ୍ବୀ ଟପ-୧୦ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରିଛନ୍ତି। ଯଶାସ୍ବୀ ୭ଟି ସ୍ଥାନ ଉପରକୁ ଉଠିଛନ୍ତି। ଏଥିସହିତ ଅକ୍ଷର ପଟେଲ ୧୨ଟି ସ୍ଥାନକୁ ଡେଇଁଛନ୍ତି। ସେ ବୋଲର ର଼୍ୟାଙ୍କିଙ୍ଗ୍‌ରେ ଟପ-୧୦ରେ ସ୍ଥାନ ପାଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଖେଳାଳି ଭଲ […] The post ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ: ଜୟସ୍ବାଲ-ଅକ୍ଷରଙ୍କୁ ଜବରଦସ୍ତ ଫାଇଦା appeared first on Dharitri Odia News.

ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ: ଜୟସ୍ବାଲ-ଅକ୍ଷରଙ୍କୁ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ,୧୭।୧: ଆଇସିସି ବୁଧବାର ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତର ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଏବଂ ଅଲରାଉଣ୍ଡର ଅକ୍ଷସ୍‌ର ପଟେଲଙ୍କୁ ବଡ଼ ଫାଇଦା ମିଳିଛି। ୟଶାସ୍ବୀ ଟପ-୧୦ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରିଛନ୍ତି। ଯଶାସ୍ବୀ ୭ଟି ସ୍ଥାନ ଉପରକୁ ଉଠିଛନ୍ତି। ଏଥିସହିତ ଅକ୍ଷର ପଟେଲ ୧୨ଟି ସ୍ଥାନକୁ ଡେଇଁଛନ୍ତି। ସେ ବୋଲର ର଼୍ୟାଙ୍କିଙ୍ଗ୍‌ରେ ଟପ-୧୦ରେ ସ୍ଥାନ ପାଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଖେଳାଳି ଭଲ ପ୍ରଦର୍ଶନ କରିବାର ଲାଭ ପାଇଛନ୍ତି।
ୟଶସ୍ବୀ ସିରିଜର ପ୍ରଥମ ମ୍ୟାଚରେ ଖେଳିପାରି ନ ଥିଲେ। ସେ ଦ୍ୱିତୀୟ ଟି-୨୦ରେ ପ୍ରତ୍ୟାବର୍ତ୍ତନ କରି ଇନ୍ଦୋରରେ ୬୮ ରନର ଚମତ୍କାର ଇନିଂସ ଖେଳିଥିଲେ। ଯଶାସ୍ବୀ ସିଧାସଳଖ ୭ଟି ସ୍ଥାନକୁ ଡେଇଁ ଟପ-୧୦ରେ ପ୍ରବେଶ କରିଛନ୍ତି। ସେ ସିଧା ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କର ୭୩୯ ରେଟିଂ ପଏଣ୍ଟ ଅଛି।ଭାରତର ତିନିଜଣ ବ୍ୟାଟ୍ସମ୍ୟାନ ବର୍ତ୍ତମାନ ଟପ-୧୦ରେ ଅଛନ୍ତି। ର଼୍ୟାଙ୍କିଙ୍ଗ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ୮୬୯ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଫଗାନିସ୍ତାନ ବିପକ୍ଷ ସିରିଜରେ ସୂର୍ଯ୍ୟ ଖେଳୁ ନାହାଁନ୍ତି, କିନ୍ତୁ ସେ ଶୀର୍ଷରେ ରହିଛନ୍ତି।
ବୋଲରଙ୍କ ମଧ୍ୟରେ ଅକ୍ଷର ପଟେଲଙ୍କୁ ଏକ ବଡ଼ ଫାଇଦା ମିଳିଛି। ସେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ରେ ୨୩ ରନ ଦେଇ ଦୁଇଟି ଉଇକେଟ ନେଇଥିଲେ। ଏହା ପରେ ସେ ଦ୍ୱିତୀୟ ଟି -୨୦ରେ ୧୭ ରନ ଦେଇ ଦୁଇଟି ଉଇକେଟ ନେଇଥିଲେ। ସେ ର଼୍ୟାଙ୍କିଙ୍ଗ୍‌ରେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡର ଅଭିଜ୍ଞ ଲେଗ ସ୍ପିନର ଆଦିଲ ରସିଦ ଶୀର୍ଷରେ ରହିଛନ୍ତି। ୱେଷ୍ଟଇଣ୍ଡଜ୍‌ର ଅକିଲ ହୁସେନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାରତର ରବି ବିଷ୍ଣୋଇ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି।

The post ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ: ଜୟସ୍ବାଲ-ଅକ୍ଷରଙ୍କୁ ଜବରଦସ୍ତ ଫାଇଦା appeared first on Dharitri Odia News.