ସୁନ୍ଦରଗଡ଼ ଜଙ୍ଗଲରେ କଳା ବାଘ, କ୍ୟାମେରାରେ ହେଲା କଏଦ

ସୁନ୍ଦରଗଡ଼,୧୪ା୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରରଡ଼ ବନଖଣ୍ଡ ଅନ୍ତର୍ଗତ ହେମଗିରି ବନାଞ୍ଚଳର ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ(ବ୍ଲାକ୍‌ ପାନ୍ଥର)ଠାବ ହୋଇଛି। ଜଙ୍ଗଲରେ ଲାଗିଥିବା ବନ ବିଭାଗର କ୍ୟାମେରାରେ ଏହି ବିରଳ କଳା ବାଘ ପୁଣିଥରେ ଠାବ ହୋଇଥିବା ନେଇ ସୁନ୍ଦରଗଡ଼ ଡିଏଫଓ ପ୍ରଦୀପ ମିରାସେ ଗୁରୁବାର ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୨୦୧୮ରେ ଏହି ଜଙ୍ଗଲରେ ଏହିପରି ବିରଳ କଳା ବାଘ ଠାବ ହୋଇଥିଲା। ଏହାପରେ କଳା ବାଘ ଗତିବିଧି ସମ୍ପର୍କରେ […] The post ସୁନ୍ଦରଗଡ଼ ଜଙ୍ଗଲରେ କଳା ବାଘ, କ୍ୟାମେରାରେ ହେଲା କଏଦ appeared first on Dharitri Odia News.

ସୁନ୍ଦରଗଡ଼ ଜଙ୍ଗଲରେ କଳା ବାଘ, କ୍ୟାମେରାରେ ହେଲା କଏଦ

ସୁନ୍ଦରଗଡ଼,୧୪ା୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରରଡ଼ ବନଖଣ୍ଡ ଅନ୍ତର୍ଗତ ହେମଗିରି ବନାଞ୍ଚଳର ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ(ବ୍ଲାକ୍‌ ପାନ୍ଥର)ଠାବ ହୋଇଛି। ଜଙ୍ଗଲରେ ଲାଗିଥିବା ବନ ବିଭାଗର କ୍ୟାମେରାରେ ଏହି ବିରଳ କଳା ବାଘ ପୁଣିଥରେ ଠାବ ହୋଇଥିବା ନେଇ ସୁନ୍ଦରଗଡ଼ ଡିଏଫଓ ପ୍ରଦୀପ ମିରାସେ ଗୁରୁବାର ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୨୦୧୮ରେ ଏହି ଜଙ୍ଗଲରେ ଏହିପରି ବିରଳ କଳା ବାଘ ଠାବ ହୋଇଥିଲା। ଏହାପରେ କଳା ବାଘ ଗତିବିଧି ସମ୍ପର୍କରେ କୌଣସି ସୂଚନା ମିଳି ନ ଥିଲା। ହେଲେ ଗତ ଏକ ସପ୍ତାହ ମଧ୍ୟରେ ଏହି ବାଘର ଗତିବିଧି ନେଇ ବନ ବିଭାଗର କ୍ୟାମେରାରେ କଏଦ ହୋଇଛି। ଏହା ଏବେ ଖୁବ୍‌ ଭାଇରାଲ ହେଉଛି।

The post ସୁନ୍ଦରଗଡ଼ ଜଙ୍ଗଲରେ କଳା ବାଘ, କ୍ୟାମେରାରେ ହେଲା କଏଦ appeared first on Dharitri Odia News.