ସାଉଦି ଆରବର ମରୁଉଦ୍ୟାନରୁ ୪୦୦୦ ବର୍ଷ ପୁରାତନ ସହର ଆବିଷ୍କୃତ

ରିଆଦ୍‌: ସାଉଦି ଆରବର ଏକ ମରୁଉଦ୍ୟନ ମଧ୍ୟରୁ ୪ ହଜାର ବର୍ଷ ପୁରାତନ ଏକ ପ୍ରାଚୀର ଘେରା ସହର ଆବିଷ୍କୃତ ହୋଇଛି। ସାଉଦି ଆରବରେ ମାତ୍ର ୧୦୦୦-୧୨୦୦ ବର୍ଷ ପୂର୍ବେ ଯାଯାବର ସଂସ୍କୃତି ଥିଲା ବୋଲି ଯେଉଁ ଐତିହାସିକ ଦାବି ଥିଲା ତାହା ଏବେ ଭୁଲ୍‌ ପ୍ରମାଣିତ ହୋଇଛି। ଆରବୀୟ ଉପତ୍ୟକାରେ ମରୁ ଉଦ୍ୟାନ, ସବୁଜ ଭୂମି ଓ ମରୁଭୂମି ଘେରା ଏହି ପୁରାତନ ସହରକୁ ଅଲ୍‌-ନଜା ବୋଲି ନାମିତ କରାଯାଇଛି। ଆବିଷ୍କୃତ ସହର ସମ୍ପର୍କରେ ଗବେଷଣା […]

ସାଉଦି ଆରବର ମରୁଉଦ୍ୟାନରୁ ୪୦୦୦ ବର୍ଷ ପୁରାତନ ସହର ଆବିଷ୍କୃତ

ରିଆଦ୍‌: ସାଉଦି ଆରବର ଏକ ମରୁଉଦ୍ୟନ ମଧ୍ୟରୁ ୪ ହଜାର ବର୍ଷ ପୁରାତନ ଏକ ପ୍ରାଚୀର ଘେରା ସହର ଆବିଷ୍କୃତ ହୋଇଛି। ସାଉଦି ଆରବରେ ମାତ୍ର ୧୦୦୦-୧୨୦୦ ବର୍ଷ ପୂର୍ବେ ଯାଯାବର ସଂସ୍କୃତି ଥିଲା ବୋଲି ଯେଉଁ ଐତିହାସିକ ଦାବି ଥିଲା ତାହା ଏବେ ଭୁଲ୍‌ ପ୍ରମାଣିତ ହୋଇଛି। ଆରବୀୟ ଉପତ୍ୟକାରେ ମରୁ ଉଦ୍ୟାନ, ସବୁଜ ଭୂମି ଓ ମରୁଭୂମି ଘେରା ଏହି ପୁରାତନ ସହରକୁ ଅଲ୍‌-ନଜା ବୋଲି ନାମିତ କରାଯାଇଛି। ଆବିଷ୍କୃତ ସହର ସମ୍ପର୍କରେ ଗବେଷଣା କରୁଥିବା ଫ୍ରାନ୍‌ସ ଓ ସାଉଦୀ ପ୍ରତ୍ନତତ୍ତ୍ବବିତ୍‌ ଟିମ୍‌ର ମୁଖିଆ ତଥା ଫ୍ରାନ୍‌ସର ପ୍ରତ୍ନତତ୍ତ୍ବବିତ୍‌ ଗୁଲିଆଉମ ଚାର୍ଲୁକ୍ସ କହିଛନ୍ତି, ସହର ପାର୍ଶ୍ବରୁ ୧୪.୫ କିମି ଦୀର୍ଘ ଅତି ପୁରାତନ ପ୍ରାଚୀର ଆବିଷ୍କୃତ ହୋଇଛି। ଏଥିରେ ପ୍ରାୟ ୫ ଶହ ପରିବାର ବସବାସ କରୁଥିଲେ। କାର୍ବନ୍‌ ଡେଟିଂରୁ ଏହି ସହରଟି ପ୍ରାୟ ୨୪ଶହ ବର୍ଷ ପୂର୍ବେ, ଅର୍ଥାତ୍‌ ବ୍ରୋଞ୍ଜ୍‌ ଯୁଗର ପ୍ରଥମ ଚରଣରେ ନିର୍ମିତ ହୋଇଥିଲା। ସ୍ଥାପିତ ହେବାର ପ୍ରାୟ ୧ ହଜାର ବର୍ଷ ପରେ ସହରକୁ ପରିତ୍ୟାଗ କରିଦିଆଯାଇଥିଲା। ଏହାର ବାସିନ୍ଦା କାହିଁକି ପରିତ୍ୟାଗ କରି ଚାଲିଗଲେ ତାହା ‘ଅଜଣା’ ରହିଛି। ଯେଉଁ ସମୟରେ ଅଲ୍‌ ନଜା ପ୍ରତିଷ୍ଠିତ ହୋଇଥିଲା ସେହି ସମୟରେ ଭୂମଧ୍ୟସାାଗରର ଚତୁର୍ଦିଗରେ ସିରିଆ ଠାରୁ ଜୋର୍ଡାନ୍‌ ମଧ୍ୟରେ ଅନେକ ସହର ପ୍ରତିଷ୍ଠିତ ହୋଇଥିଲା। ପ୍ରତ୍ନତତ୍ତ୍ବବିଦ୍‌ ଚାର୍ଲୁକ୍ସ କହିଛନ୍ତି, ଆଜି ଯାଏଁ ଉତ୍ତର-ପଶ୍ଚିମ ଆରବ ଏକ ମରୁଭୂମି ଥିଲା ବୋଲି ବିଶ୍ବାସ କରାଯାଉଥିଲା। କିନ୍ତୁ ୧୫ ବର୍ଷ ପୂର୍ବେ ତାୟାମା ମରୁଉଦ୍ୟାନ ନିକଟରେ ଏକ ପୁରାତନ ଦୁର୍ଗର ଆବଷ୍କାର ହେବାପରେ ସେହି ବିଶ୍ବାସ ଉପରେ ପ୍ରଶ୍ନ ଚିହ୍ନ ଲାଗିଥିଲା।