ଇଣ୍ଡି ମେଣ୍ଟ ଏକାଠି ବିଧାନସଭା ନିର୍ବାଚନ ଲଢ଼ିବ : ହେମନ୍ତ ସୋରେନ
ରାଞ୍ଚି: ଇଣ୍ଡି ମେଣ୍ଟ ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଏନେଇ ଘୋଷଣା କରିଛନ୍ତି। ହେମନ୍ତ ସୋରେନ କହିଛନ୍ତି, ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟରେ ଆସନ ବୁ୍ଝାମଣା ଚୂଡ଼ାନ୍ତ ହୋଇଛି। କଂଗ୍ରେସ, ଆରଜେଡି, ଜେଏମଏମ୍ ଏବଂ ବାମ ଦଳକୁ ନେଇ ଗଠିତ ଇଣ୍ଡି ମେଣ୍ଟ ଏକାଠି ନିର୍ବାଚନ ଲଢ଼ିବେ ବୋଲି ସୋରେନ କହିଛନ୍ତି। କଂଗ୍ରେସ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ଝାଡ଼ଖଣ୍ଡରେ ୮୧ […]

ରାଞ୍ଚି: ଇଣ୍ଡି ମେଣ୍ଟ ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଏନେଇ ଘୋଷଣା କରିଛନ୍ତି। ହେମନ୍ତ ସୋରେନ କହିଛନ୍ତି, ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟରେ ଆସନ ବୁ୍ଝାମଣା ଚୂଡ଼ାନ୍ତ ହୋଇଛି। କଂଗ୍ରେସ, ଆରଜେଡି, ଜେଏମଏମ୍ ଏବଂ ବାମ ଦଳକୁ ନେଇ ଗଠିତ ଇଣ୍ଡି ମେଣ୍ଟ ଏକାଠି ନିର୍ବାଚନ ଲଢ଼ିବେ ବୋଲି ସୋରେନ କହିଛନ୍ତି। କଂଗ୍ରେସ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ଝାଡ଼ଖଣ୍ଡରେ ୮୧ ବିଧାନସଭା ଆସନରୁ ୭୦ଟି ଆସନରେ ପ୍ରାର୍ଥୀ ଦେବେ। ମେଣ୍ଟ ସହଯୋଗୀଙ୍କ ସହ କଥା ହେବା ପରେ ବାକି ୧୧ ଆସନ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବ ବିଧାନସଭା ନିର୍ବାଚନରେ ଜେଏମଏମ୍ ୪୩ ଆସନରେ ନିର୍ବାଚନ ଲଢ଼ିଥିଲା ଏବଂ କଂଗ୍ରେସ ୩୧ ଆସନରେ ଲଢ଼ିଥିଲା। କିନ୍ତୁ ଚଳିତ ଥର କଂଗ୍ରେସକୁ ୨୭ରୁ ୨୮ ଆସନ ମିଳିପାରେ ବୋଲି କୁହାଯାଉଛି। ଜେଏମଏମ୍ ଚଳିତ ଥର ଅଧିକ ଆସନରେ ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଛି।