ଜାନୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ୧୧ ତମ ସାଗର ପରିକ୍ରମା ପର୍ଯ୍ୟାୟ
ଭୁବନେଶ୍ୱର,୬ା୧: ଆସନ୍ତା ଜାନୁଆରି ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ – ୧୧ କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରଗତିଶୀଳ ମତ୍ସ୍ୟଜୀବୀ, ବିଶେଷକରି ଉପକୂଳ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀ, ଯୁବ ମତ୍ସ୍ୟ ଉଦ୍ୟୋଗୀ ଆଦି କିଷାନ କ୍ରେଡିଟ୍ କାର୍ଡ (କେସିସି) […] The post ଜାନୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ୧୧ ତମ ସାଗର ପରିକ୍ରମା ପର୍ଯ୍ୟାୟ appeared first on Dharitri Odia News.
ଭୁବନେଶ୍ୱର,୬ା୧: ଆସନ୍ତା ଜାନୁଆରି ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ – ୧୧ କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରଗତିଶୀଳ ମତ୍ସ୍ୟଜୀବୀ, ବିଶେଷକରି ଉପକୂଳ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀ, ଯୁବ ମତ୍ସ୍ୟ ଉଦ୍ୟୋଗୀ ଆଦି କିଷାନ କ୍ରେଡିଟ୍ କାର୍ଡ (କେସିସି) ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବେ।
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କେସିସି ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ନିଆଯାଇଥିବା ସର୍ବୋତ୍ତମ ଅଭ୍ୟାସ ଓ ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ନିକଟରେ ବ୍ୟାପକ ଭାବେ ପହଞ୍ଚାଯିବ। ସାଗର ପରିକ୍ରମା ଫେଜ୍- ୧୧ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ଆୟୋଜିତ ହେବ । ଏହି ଅବସରରେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ, ଓଡ଼ିଶା ସରକାରଙ୍କ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ସର୍ବେକ୍ଷଣ ସଂସ୍ଥା, ମତ୍ସ୍ୟଜୀବୀ ସଂଘର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।
ସାଗର ପରିକ୍ରମା ଯାତ୍ରାରେ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରଙ୍କ ସହ ସମୀକ୍ଷା ବୈଠକ ଏବଂ ଆଲୋଚନା କରାଯାଇଥାଏ । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କେସିସି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଯାନ କରାଯିବ। ରାଜ୍ୟ ମତ୍ସ୍ୟ ଅଧିକାରୀ, ମତ୍ସ୍ୟଜୀବୀ ପ୍ରତିନିଧି, ମତ୍ସ୍ୟ ଚାଷୀ, ଉଦ୍ୟୋଗୀ, ମତ୍ସ୍ୟଜୀବୀ ସମବାୟ ସମିତିର ନେତା, ପେସାଦାର, ବୈଜ୍ଞାନିକ ଏବଂ ଦେଶର ବିଭିନ୍ନ ଅଂଶୀଦାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
ଓଡ଼ିଶାରେ ୪୮୦ କିଲୋମିଟର ସମୁଦ୍ର କୂଳ, ୨୪ ହଜାର କିଲୋମିଟର ମହାଦେଶୀୟ ସେଲ୍ଫ ଏରିଆ,୦.୦୧୭ ନିୟୁତ କିଲୋମିଟର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ, ୩୩ଟି ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା, ୫୭ ଟି ବରଫ କାରଖାନା ଏବଂ ୩ ଟି ମାଛ ଓ ଚିଙ୍ଗୁଡ଼ି ଖାଦ୍ୟ ମିଲ୍ସ ରହିଛି। ଓଡ଼ିଶାର ଜଳଜ ଜୈବ ବିବିଧତା ଏବଂ ମତ୍ସ୍ୟ ସମ୍ପଦ ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କୁ ପୋଷଣ କରିଥାଏ ଏବଂ ବାଣିଜ୍ୟିକ ମାଛଚାଷ, ମାଛଚାଷ ସହ ଜଡ଼ିତ ଅତିରିକ୍ତ କାର୍ଯ୍ୟକଳାପକୁ ସମର୍ଥନ କରେ ।
ସାଗର ପରିକ୍ରମା ଲୋକଙ୍କ ଅସୁବିଧାକୁ ସ୍ୱୀକାର କରି ସେମାନଙ୍କ ଜୀବନଧାରଣ ମାନ ଏବଂ ଅର୍ଥନୈତିକ କଲ୍ୟାଣରେ ଉନ୍ନତି ଆଣିଥାଏ ଏବଂ ଏହା ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ଦ୍ୱାରରେ ଥିବା ସରକାରୀ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରିବାର ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଥାଏ । ସାଗର ପରିକ୍ରମା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ଏବଂ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ), କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଆର୍ଥିକ ଉନ୍ନତିରେ ନିରନ୍ତର ସହଯୋଗ କରିବ ।
ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ସମୁଦାୟ ଏବଂ ଅଂଶୀଦାରମାନଙ୍କ ସହ ଯୋଗାଯୋଗ କରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ମତ୍ସ୍ୟ ସମ୍ବନ୍ଧୀୟ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରସାର କରିବା ଏବଂ ମତ୍ସ୍ୟଜୀବୀଙ୍କ ସମସ୍ୟା ବୁଝିବା ସାଗର ପରିକ୍ରମାର ଉଦ୍ଦେଶ୍ୟ।
The post ଜାନୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ୧୧ ତମ ସାଗର ପରିକ୍ରମା ପର୍ଯ୍ୟାୟ appeared first on Dharitri Odia News.