ଦିଲ୍ଲୀ ବିଧାନସଭା ନିର୍ବାଚନ: ଆସିଲା ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମାହୋଲ ସରଗରମ ବେଳେ ବିଜେପି ଜାରି କରିଛି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ୨୯ ଜଣିଆ ପ୍ରାର୍ଥୀ ତାଲିକା ସାମ୍ନାକୁ ଆଣିଛି ଦଳ। କେନ୍ଦ୍ରୀୟ ନିର୍ବାଚନ କମିଟିର ମଞ୍ଜୁରୀ ପରେ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ସୂଚନା ଯୋଗ୍ୟ, ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ଦିଲ୍ଲୀ ବିଧାନସଭା। ଜାନୁଆରୀ ୧୭ରେ ନାମାଙ୍କନର ଶେଷ ତାରିଖ ରହିଛି । ଜାନୁଆରୀ ୧୮ରେ ନାମାଙ୍କନପତ୍ର ଯାଞ୍ଚ ହେବ ଓ ଜାନୁଆରୀ […]
ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମାହୋଲ ସରଗରମ ବେଳେ ବିଜେପି ଜାରି କରିଛି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ୨୯ ଜଣିଆ ପ୍ରାର୍ଥୀ ତାଲିକା ସାମ୍ନାକୁ ଆଣିଛି ଦଳ। କେନ୍ଦ୍ରୀୟ ନିର୍ବାଚନ କମିଟିର ମଞ୍ଜୁରୀ ପରେ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି ।
ସୂଚନା ଯୋଗ୍ୟ, ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ଦିଲ୍ଲୀ ବିଧାନସଭା। ଜାନୁଆରୀ ୧୭ରେ ନାମାଙ୍କନର ଶେଷ ତାରିଖ ରହିଛି । ଜାନୁଆରୀ ୧୮ରେ ନାମାଙ୍କନପତ୍ର ଯାଞ୍ଚ ହେବ ଓ ଜାନୁଆରୀ ୨୦ରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବ । ଫେବୃଆରୀ ୫ରେ ମତଦାନ ଗ୍ରହଣ କରାଯିବ ଓ ଫେବୃଆରୀ ୮ରେ ଗଣତି କରାଯିବ । ଏଥର ଦିଲ୍ଲୀ ନିର୍ବାଚନ ଅନେକ ଗୁରୁତ୍ୱ ରଖୁଛି। ବିଜେପି, ଆପ ଓ କଂଗ୍ରେସ ମଧ୍ୟରେ ଏଥିର କଡା ଲଢେଇ ହେବ।