ଖାରକିବ ସୁପରମାର୍କେଟ୍ ଉପରେ କ୍ଷେପଣାସ୍ତ୍ର ମାଡ଼, ୧୧ ମୃତ ଓ ଶତାଧିକ ଆହତ
କିବ୍: ୟୁକ୍ରେନ୍ର ଦ୍ୱିତୀୟ ବୃହତ୍ତମ ସହର ଖାରକିବରେ ପ୍ରାୟ ଦୁଇ ବର୍ଷ ପରେ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଖାରକିଭ ଦଖଲ କରିବାକୁ ରୁଷ୍ ଉଦ୍ୟମ ଜାରି ରଖିଛି। ଖାର୍କିବରେ ଥିବା ଏକ ହାର୍ଡୱେର ସୁପରଷ୍ଟୋର ଉପରେ ରବିବାର ଦୁଇଟି ରୁଷୀୟ କ୍ଷେପଣାସ୍ତ୍ର ମାଡ଼ ହେବାପରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ୟୁକ୍ରେନ୍ ଅଧିକାରୀମାନେ କହିଛନ୍ତି ଯେ ଜନବହୁଳ ଅଂଚଳକୁ ଟାର୍ଗେଟ୍ […]

କିବ୍: ୟୁକ୍ରେନ୍ର ଦ୍ୱିତୀୟ ବୃହତ୍ତମ ସହର ଖାରକିବରେ ପ୍ରାୟ ଦୁଇ ବର୍ଷ ପରେ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଖାରକିଭ ଦଖଲ କରିବାକୁ ରୁଷ୍ ଉଦ୍ୟମ ଜାରି ରଖିଛି। ଖାର୍କିବରେ ଥିବା ଏକ ହାର୍ଡୱେର ସୁପରଷ୍ଟୋର ଉପରେ ରବିବାର ଦୁଇଟି ରୁଷୀୟ କ୍ଷେପଣାସ୍ତ୍ର ମାଡ଼ ହେବାପରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ୟୁକ୍ରେନ୍ ଅଧିକାରୀମାନେ କହିଛନ୍ତି ଯେ ଜନବହୁଳ ଅଂଚଳକୁ ଟାର୍ଗେଟ୍ କରି ରୁଷ୍ ଏହି ଆକ୍ରମଣ କରିଛି। ଏହା ଅତ୍ୟନ୍ତ ଭୟଙ୍କର। ମିଳିଥିବା ସୂଚନାନୁଯାୟୀ ରୁଷ୍ ସେନା ଗତକାଲି ମଧ୍ୟ ଖାର୍କିବ ସହର ଉପରେ ଆକ୍ରମଣ କରିଥିଲା। ଏଥିରେ ଅତି କମରେ ୧୪ ଜଣ ଆହତ ହୋଇଥିଲେ । ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି କହିଛନ୍ତି ଯେ ରୁଷ୍ର ଏଭଳି ଆକ୍ରମଣ ଘୃଣ୍ୟ ଏବଂ ଏହାର ଜବାବ ମଧ୍ୟ ଖୁବ୍ଶୀଘ୍ର ମିଳିବ। ଏହି ଆକ୍ରମଣ ରୁଷୀୟ ଆତଙ୍କବାଦୀଙ୍କ ପାଗଳପଣର ଆଉ ଏକ ଉଦାହରଣ ବୋଲି ସେ କହିଛନ୍ତି।