୪ରେ ପାଟଣା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ

ପାଟଣା,୨୦ା୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଜାନୁୟାରୀ ୪ ତାରିଖ ଅପରାହ୍ନ ୧୧ ଟା ୩୦ରେ ଅନାସ୍ଥା ଭୋଟ ହେବ। ଏ ନେଇ କେନ୍ଦୁଝର ଉପ ଜିଲାପାଳ ଉମାଶଙ୍କର ଦଳେଇଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୨୮୯୧(୪୨)ରେ ସମସ୍ତ ନିର୍ବାଚିତ ସମିତି ସଭ୍ୟ, ସରପଞ୍ଚ, ବିଧାୟକ ଓ ଏମ୍‌ପିଙ୍କୁ ସୂଚନା ଦିଆଯାଇଛି। ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ଧାରା ୪୬(ଖ) ଅନୁଯାୟୀ, ଉକ୍ତ ଦିନ ଅନାସ୍ଥା ପ୍ରସ୍ତାବ ପାଇଁ ସାହାରପଡ଼ା […] The post ୪ରେ ପାଟଣା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ appeared first on Dharitri Odia News.

୪ରେ ପାଟଣା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ

ପାଟଣା,୨୦ା୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଜାନୁୟାରୀ ୪ ତାରିଖ ଅପରାହ୍ନ ୧୧ ଟା ୩୦ରେ ଅନାସ୍ଥା ଭୋଟ ହେବ। ଏ ନେଇ କେନ୍ଦୁଝର ଉପ ଜିଲାପାଳ ଉମାଶଙ୍କର ଦଳେଇଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୨୮୯୧(୪୨)ରେ ସମସ୍ତ ନିର୍ବାଚିତ ସମିତି ସଭ୍ୟ, ସରପଞ୍ଚ, ବିଧାୟକ ଓ ଏମ୍‌ପିଙ୍କୁ ସୂଚନା ଦିଆଯାଇଛି। ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ଧାରା ୪୬(ଖ) ଅନୁଯାୟୀ, ଉକ୍ତ ଦିନ ଅନାସ୍ଥା ପ୍ରସ୍ତାବ ପାଇଁ ସାହାରପଡ଼ା ବିଡିଓ ରଞ୍ଜିତ ମହାନ୍ତଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଡିସେମ୍ବର ୧୩ ରେ ୧୪ଜଣ ସମିତି ସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବକୁ ୪ଜଣ ସଦସ୍ୟ କେନ୍ଦୁଝର ଉପ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ପରେ ବୁଧବାର ସମସ୍ତ ଦସ୍ତଖତକୁ ଯାଞ୍ଚ କରାଯିବା ପରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଉପ ଜିଲାପାଳ କହିଛନ୍ତି।

The post ୪ରେ ପାଟଣା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ appeared first on Dharitri Odia News.