ସହାୟତା ନେବାକୁ କରିଥିଲେ ଅପେକ୍ଷା: ଏୟାରଷ୍ଟ୍ରାଇକ୍‌ରେ ଚାଲିଗଲା ୧୦୪ ଜୀବନ

ରାଫାହ,୨୯।୨: ଗାଜା ସିଟିରେ ମାନବୀୟ ସହାୟତା ନେବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ପାଲେଷ୍ଟିନୀୟମାନଙ୍କ ଉପରେ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ କରିବାରୁ ୧୦୪ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦୦ ଆହତ ହୋଇଛନ୍ତି। ଏତେ ସଂଖ୍ୟାରେ ମୃତାହତଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସର ଅଭାବ ଦେଖାଦେଇଛି। ଫଳରେ କେତେଜଣଙ୍କୁ ଗଧଟଣା ଗାଡ଼ିରେ ହସ୍ପିଟାଲ ନିଆଯାଇଛି। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୦ ହଜାର ଟପିଥିବା ବେଳେ ଆହତଙ୍କ ସଂଖ୍ୟା ୭୦,୪୫୭ ରହିଥିବା ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। […] The post ସହାୟତା ନେବାକୁ କରିଥିଲେ ଅପେକ୍ଷା: ଏୟାରଷ୍ଟ୍ରାଇକ୍‌ରେ ଚାଲିଗଲା ୧୦୪ ଜୀବନ appeared first on Dharitri Odia News.

ସହାୟତା ନେବାକୁ କରିଥିଲେ ଅପେକ୍ଷା: ଏୟାରଷ୍ଟ୍ରାଇକ୍‌ରେ ଚାଲିଗଲା ୧୦୪ ଜୀବନ

ରାଫାହ,୨୯।୨: ଗାଜା ସିଟିରେ ମାନବୀୟ ସହାୟତା ନେବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ପାଲେଷ୍ଟିନୀୟମାନଙ୍କ ଉପରେ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ କରିବାରୁ ୧୦୪ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦୦ ଆହତ ହୋଇଛନ୍ତି। ଏତେ ସଂଖ୍ୟାରେ ମୃତାହତଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସର ଅଭାବ ଦେଖାଦେଇଛି। ଫଳରେ କେତେଜଣଙ୍କୁ ଗଧଟଣା ଗାଡ଼ିରେ ହସ୍ପିଟାଲ ନିଆଯାଇଛି।

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୦ ହଜାର ଟପିଥିବା ବେଳେ ଆହତଙ୍କ ସଂଖ୍ୟା ୭୦,୪୫୭ ରହିଥିବା ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୃତକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ହେଉଛନ୍ତି ମହିଳା ଏବଂ ଛୋଟ ପିଲା।

ଗତ ଅକ୍ଟୋବର ୭ରୁ ଇସ୍ରାଏଲ୍‌ ଗାଜା ଉପରେ ଆକ୍ରମଣ ଜାରି ରଖିଛି। ଗାଜା ସିଟି ଏବଂ ଉତ୍ତର ଗାଜାର ଅବଶିଷ୍ଟ ଅଞ୍ଚଳ ଇସ୍ରାଏଲ୍‌ର ପ୍ରଥମ ଟାର୍ଗେଟ ଥିଲା। ଉକ୍ତ ଅଞ୍ଚଳ ଧ୍ୱଂସ ସ୍ତୂପରେ ପରିଣତ ହୋଇଥିବା ବେଳେ ଏହା ଅନ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ ହୋଇଯାଇଥିବାରୁ କ୍ୱଚିତ୍‌ ସହାୟତା ପହଞ୍ଚୁଛି। ସହାୟତା ପାଇବା ପାଇଁ ଲୋକେ ବିକଳ ହେଉଥିବା ବେଳେ ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା କଷ୍ଟକର ହୋଇପଡ଼ିଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି। ଗାଜାର ୨୩ ଲକ୍ଷ ଜନସଂଖ୍ୟା ମଧ୍ୟରୁ ଏକ-ଚତୁର୍ଥାଂଶ କ୍ଷୁଧାରେ ରହିଥିବା ଜାତିସଂଘ କହିଛି।

The post ସହାୟତା ନେବାକୁ କରିଥିଲେ ଅପେକ୍ଷା: ଏୟାରଷ୍ଟ୍ରାଇକ୍‌ରେ ଚାଲିଗଲା ୧୦୪ ଜୀବନ appeared first on Dharitri Odia News.