ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼, ୨ ଜଣଙ୍କୁ କୋର୍ଟ ଚାଲାଣ
ଭବାନୀପାଟଣା/ସିନାପାଲି,୭।୧୦(ଉତ୍ତମ କୁମାର ଦାଶ/ମନଫୁଲ ମେହେର): ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକଠାରେ ରବିବାର ରାତିରେ ନିଳାମ୍ବର ମେହେର ନାମକ ଜଣେ ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ସମୟ ଚିକିତ୍ସା କରିବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ବିଳମ୍ବିତ ରାତିରେ ତାଙ୍କୁ […] The post ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼, ୨ ଜଣଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.
ଭବାନୀପାଟଣା/ସିନାପାଲି,୭।୧୦(ଉତ୍ତମ କୁମାର ଦାଶ/ମନଫୁଲ ମେହେର): ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକଠାରେ ରବିବାର ରାତିରେ ନିଳାମ୍ବର ମେହେର ନାମକ ଜଣେ ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ସମୟ ଚିକିତ୍ସା କରିବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ବିଳମ୍ବିତ ରାତିରେ ତାଙ୍କୁ ଛତିଶଗଡ଼ ରାଜ୍ୟ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାରେ ମଙ୍ଗଳବାର ସିନାପାଲି ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ସ୍ଥାନୀୟ କାପସି ଗ୍ରାମର ନାସିର ଖାନ(୩୪) ଓ ଆଲୋକ ଦାସ (୨୭)ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ, ୨ ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡିତଙ୍କ ସ୍ତ୍ରୀ ସୋମବତୀ ମେହେର ଓ ସିନାପାଲି ମେହେର ଯୁବାମଞ୍ଚ ପକ୍ଷରୁ ଥାନାରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାପସି ଛକଠାରେ ନିଲାମ୍ବର ମେହେର ଏକ ଫାଷ୍ଟଫୁଡ଼ ଦୋକାନ କରିଥିଲେ। ସୋମବାର ରାତି ୮ଟାରେ କିଛି ଦୁର୍ବୃତ୍ତ ଦୋକାନକୁ ଆସି ନୀଳାମ୍ବର ଉପରକୁ ଗୁଳିମାଡ଼ କରିଥିଲେ। ଖବର ପାଇ ଘଟଣାସ୍ଥଳକୁ ସ୍ଥାନୀୟ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ପରେ ପୋଲିସ ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ଥାନାରେ ପଚରାଉଚରା କରିଥିଲା। ତଦନ୍ତ ପରେ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନଙ୍କୁ ଛାଡି ଦେଇଥିବା ଜଣାପଡ଼ିଛି। ସେହିପରି ଗୁଳିମାଡ଼ର ଶିକାର ହୋଇଥିବା ନିଳାମ୍ବରଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି।
The post ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼, ୨ ଜଣଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.