ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ ଏବଂ ରକ୍ତରେ ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁଳିତ ରହେ, ତେବେ ଏହାର ପ୍ରଭାବ ହାର୍ଟ, କିଡ୍‌ନୀ ଏପରି କି ଦୃଷ୍ଟିଶକ୍ତି ଉପରେ ପଡ଼ିଥାଏ। ଏଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ପରେ ତାହାର ଉପଯୁକ୍ତ ଚିକିତ୍ସା ସହ କେତୋଟି ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିଥାଏ। ବିଶେଷଭାବରେ […] The post ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ… appeared first on Dharitri Odia News.

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ ଏବଂ ରକ୍ତରେ ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁଳିତ ରହେ, ତେବେ ଏହାର ପ୍ରଭାବ ହାର୍ଟ, କିଡ୍‌ନୀ ଏପରି କି ଦୃଷ୍ଟିଶକ୍ତି ଉପରେ ପଡ଼ିଥାଏ। ଏଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ପରେ ତାହାର ଉପଯୁକ୍ତ ଚିକିତ୍ସା ସହ କେତୋଟି ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିଥାଏ। ବିଶେଷଭାବରେ ଜଣେ ବ୍ୟକ୍ତିର ଜୀବନଶୈଳୀର ଡାଇବେଟିସ୍‌ ସହ ସଂଯୋଗ ରହିଛି। ଯଦି ଏହା ଅସନ୍ତୁଳିତ ରହେ ତେବେ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସତର୍କ ରହିବା ସହ ଖାଦ୍ୟପେୟ ପ୍ରତି ନଜର ଦେବା ମଧ୍ୟ ଜରୁରୀ। ତେଣୁ ସବୁବେଳେ ଏକ ରୁଟିନ୍‌ ଲାଇଫ୍‌ ଅନୁସରଣ କରନ୍ତୁ। ଯେତେ ବ୍ୟସ୍ତ ରହିଲେ ମଧ୍ୟ ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ। ଟେନ୍‌ସନ୍‌ ଏବଂ ଅବସାଦଠାରୁ ନିଜକୁ ଦୂରେଇ ରଖନ୍ତୁ। ଡାଇବେଟିସ୍‌ ସମସ୍ୟା ଥିଲେ ନିୟମିତ ଔଷଧ ଖାଇବା ସହ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

The post ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ… appeared first on Dharitri Odia News.