ସୈଫ୍ ଅଲି ଖାନ୍ଙ୍କୁ ଆକ୍ରମଣ ମାମଲାରେ ମଧ୍ୟପ୍ରଦେଶ, ଛତିଶଗଡ଼ରୁ ୨ ସନ୍ଦିଗ୍ଧ ଅଟକ
ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ତାଙ୍କ ବାସଭବନରେ ଆକ୍ରମଣ ମାମଲାରେ ମୁମ୍ବାଇ ପୁଲିସ ଆଜି ମଧ୍ୟପ୍ରଦେଶରୁ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି। ସନ୍ଦିଗ୍ଧକୁ ପୁଲିସ ହାଜତକୁ ନେଇ ଜେରା କରୁଛି। ଅନ୍ୟପକ୍ଷେ ଛତିଶଗଡ଼ର ଦୁର୍ଗ ଜିଲ୍ଲାରୁ ଦ୍ବିତୀୟ ସନ୍ଦିଗ୍ଧ ଗିରଫ ହୋଇଛି। ମୁମ୍ବାଇ ପୁଲିସ ସନ୍ଦିଗ୍ଧର ଫଟୋ ଏବଂ ଠିକଣା ଦେଇ ଛତିଶଗଡ଼ ରେଳବାଇ ପୁଲିସକୁ ସତର୍କ କରିବାପରେ ଛତିଶଗଡ଼ ଦୁର୍ଗରୁ ତାକୁ ଗିରଫ କରାଯାଇଛି। ସନ୍ଦିଗ୍ଧର ନାଁ ଆକାଶ। ସେ ଜ୍ଞାନେଶ୍ବରୀ ଏକ୍ସପ୍ରେସ୍ […]

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ତାଙ୍କ ବାସଭବନରେ ଆକ୍ରମଣ ମାମଲାରେ ମୁମ୍ବାଇ ପୁଲିସ ଆଜି ମଧ୍ୟପ୍ରଦେଶରୁ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି। ସନ୍ଦିଗ୍ଧକୁ ପୁଲିସ ହାଜତକୁ ନେଇ ଜେରା କରୁଛି। ଅନ୍ୟପକ୍ଷେ ଛତିଶଗଡ଼ର ଦୁର୍ଗ ଜିଲ୍ଲାରୁ ଦ୍ବିତୀୟ ସନ୍ଦିଗ୍ଧ ଗିରଫ ହୋଇଛି। ମୁମ୍ବାଇ ପୁଲିସ ସନ୍ଦିଗ୍ଧର ଫଟୋ ଏବଂ ଠିକଣା ଦେଇ ଛତିଶଗଡ଼ ରେଳବାଇ ପୁଲିସକୁ ସତର୍କ କରିବାପରେ ଛତିଶଗଡ଼ ଦୁର୍ଗରୁ ତାକୁ ଗିରଫ କରାଯାଇଛି। ସନ୍ଦିଗ୍ଧର ନାଁ ଆକାଶ। ସେ ଜ୍ଞାନେଶ୍ବରୀ ଏକ୍ସପ୍ରେସ୍ ଟ୍ରେନ୍ରେ ଚଢ଼ୁଥିବା ସମୟରେ ରେଳବାଇ ପୁଲିସ ତାକୁ ହାଜତକୁ ନେଇଛି। ଛତିଶଗଡ଼ ରେଳବାଇ ପୁଲିସ ଅନୁଯାୟୀ ସୈଫ୍ ଅଲି ଆକ୍ରମଣ ମାମଲାରେ ମୁମ୍ବାଇ ପୁଲିସ ଦ୍ବାରା ଜାରି ହୋଇଥିବା ଫଟୋ ଟ୍ରେନ୍ରୁ ଗିରଫ ହୋଇଥିବା ବ୍ୟକ୍ତି ସହ ମିଶିଯାଉଛି। ତେବେ ମୁମ୍ବାଇ ପୁଲିସ ଛତିଶଗଡ଼ରେ ପହଞ୍ଚିବାପରେ ହିଁ ସ୍ଥିତି ସ୍ପଷ୍ଟ ହେବ ଏବଂ ମାମଲାର ତଦନ୍ତ ଆଗକୁ ବଢ଼ିବ।