ମୁକ୍ତିଲାଭ କଲା ଫିଲ୍ମ”ରଙ୍ଗଶୁର”, ସିନେପ୍ରେମୀ କହିଲେ ସୁପରହିଟ୍

ଭୁବନେଶ୍ୱର:ଓଡ଼ିଶାରେ ୬୦ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁର।ମହାରାଜା ସିନେମା ହଲ୍ ରେ ହେଇଥିଲା ପ୍ରିମିୟର। ଓଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ସିନେପ୍ରେମୀ ରଙ୍ଗଶୁର ଦେଖି ଏଭଳି ଏକ ପରିକଳ୍ପନାକୁ ବହୁତ ପ୍ରଶଂସା କରିଥିଲେ। ସବୁରି ମୁହଁରେ ସୁପରହିଟ୍ ବୋଲି ଶୁଣିବାକୁ ମିଳିଥିଲା। ପ୍ରଥମଥର ପାଇଁ ସୋନୀ ପିକ୍ଚର୍ସ ଓଡ଼ିଆ ଫିଲ୍ମ ରଙ୍ଗଶୁରକୁ ଅନ୍ତର୍ଜାତୀୟ ସ୍ତରରେ ବିତରଣ ଦାୟିତ୍ୱ ନେଇଥିବା ବେଳେ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ପୁନେ, ସୁରଟ […]

ମୁକ୍ତିଲାଭ କଲା ଫିଲ୍ମ”ରଙ୍ଗଶୁର”, ସିନେପ୍ରେମୀ କହିଲେ ସୁପରହିଟ୍

ଭୁବନେଶ୍ୱର:ଓଡ଼ିଶାରେ ୬୦ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁର।ମହାରାଜା ସିନେମା ହଲ୍ ରେ ହେଇଥିଲା ପ୍ରିମିୟର। ଓଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ସିନେପ୍ରେମୀ ରଙ୍ଗଶୁର ଦେଖି ଏଭଳି ଏକ ପରିକଳ୍ପନାକୁ ବହୁତ ପ୍ରଶଂସା କରିଥିଲେ। ସବୁରି ମୁହଁରେ ସୁପରହିଟ୍ ବୋଲି ଶୁଣିବାକୁ ମିଳିଥିଲା।
ପ୍ରଥମଥର ପାଇଁ ସୋନୀ ପିକ୍ଚର୍ସ ଓଡ଼ିଆ ଫିଲ୍ମ ରଙ୍ଗଶୁରକୁ ଅନ୍ତର୍ଜାତୀୟ ସ୍ତରରେ ବିତରଣ ଦାୟିତ୍ୱ ନେଇଥିବା ବେଳେ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ପୁନେ, ସୁରଟ ଏବଂ ଚେନ୍ନାଇରେ ମୁକ୍ତିଲାଭ କରିଛି। ପ୍ରକାଶ ଫିଲ୍ମ୍ସ ଏବଂ ମୁନ୍ ଟିଭି ମୁଭିଜ୍ ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ଫିଲ୍ମ ରଙ୍ଗଶୁର। ରଙ୍ଗଶୁରର ପ୍ରଚାର ଓ ପ୍ରସାର ଏକ ନିଆରା ଢଙ୍ଗରେ ପାରମ୍ପରିକ ବାଘ ନାଚ ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଚାର ଓ ପ୍ରସାର ହୋଇଥିଲା।ଏକାମ୍ର ଉତ୍ସବ, ମାଉସୀ ମା’ ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବାଘ ନାଚ ଶିଳ୍ପୀଙ୍କୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଓ ଅଭିନେତ୍ରୀମାନେ ଜୋରଦାର ପ୍ରଚାର କରିଥିଲେ। ଦର୍ଶକମାନେ ମଧ୍ୟ ବହୁ ମାତ୍ରାରେ ଆକୃଷ୍ଟ ହୋଇ ସିନେମା ହଲ୍ ରେ ଫିଲ୍ମ ଦେଖିବା ପାଇଁ ଭିଡ଼ ଜମାଇଥିଲେ।