ସୋନପୁର ଏଡିଏମଓ ହତ୍ୟା ମାମଲା,୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ
ସୋନପୁର : ବହୁ ଚର୍ଚ୍ଚିତ ସୋନପୁର ଏଡ଼ିଏମଓ ତଥା ଶିଶୁରୋଗ ବିଶେଷଜ୍ଞ ହତ୍ୟା ମାମଲା । ଦୀର୍ଘ ୧୦ ବର୍ଷ ପରେ ଶନିବାର ଘଟଣାର ରାୟ ପ୍ରକାଶ ପାଇଛି । ଏଥିରେ ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ ପ୍ରତ୍ୟୁଷ ପଣ୍ଡା ଏବଂ ଅଶୋକ ସାହୁଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା କରିଛନ୍ତି ସୋନପୁର ଏଡ଼ିଜେ କୋର୍ଟ । ଚିକିତ୍ସାରେ ଅବହେଳା ପାଇଁ ଏଡିଏମଓ ଡାକ୍ତର ଦୁର୍ବାଦଳ ମିଶ୍ରଙ୍କୁ ୩ […]

ସୋନପୁର : ବହୁ ଚର୍ଚ୍ଚିତ ସୋନପୁର ଏଡ଼ିଏମଓ ତଥା ଶିଶୁରୋଗ ବିଶେଷଜ୍ଞ ହତ୍ୟା ମାମଲା । ଦୀର୍ଘ ୧୦ ବର୍ଷ ପରେ ଶନିବାର ଘଟଣାର ରାୟ ପ୍ରକାଶ ପାଇଛି । ଏଥିରେ ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ ପ୍ରତ୍ୟୁଷ ପଣ୍ଡା ଏବଂ ଅଶୋକ ସାହୁଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା କରିଛନ୍ତି ସୋନପୁର ଏଡ଼ିଜେ କୋର୍ଟ । ଚିକିତ୍ସାରେ ଅବହେଳା ପାଇଁ ଏଡିଏମଓ ଡାକ୍ତର ଦୁର୍ବାଦଳ ମିଶ୍ରଙ୍କୁ ୩ ଜଣ ମିଶି ଗଳାକାଟି ହତ୍ୟା କରିଥିଲେ । ଏହି ଘଟଣା ଆଉ ଜଣେ ନାବାଳକ ଅଭିଯୁକ୍ତ ରହିଛନ୍ତି। ଯାହାଙ୍କର ଜୁଭେନାଇଲ ଟ୍ରାଏଲ ଚାଲିଛି। ସରକାରୀ ଓକିଲଙ୍କ ପକ୍ଷରୁ ୨୬ଟି ଏବଂ ଡିଫେନ୍ସ ତରଫରୁ ୩ଟି ସକ୍ଷ୍ୟର ବୟାନକୁ ରେକର୍ଡ କରିଥିଲେ। ସକ୍ଷ୍ୟ ପ୍ରମାଣ ଏବଂ ପାରିପାର୍ଶ୍ଵିକ ପରିସ୍ଥିତିକୁ ତର୍ଜମା କରି ଏଡିଜେ କୋର୍ଟ ଏହି ରାୟ ଶୁଣାଇଛନ୍ତି।
ଘଟଣାନୁସାରେ,୨୧ ନଭେମ୍ବର ୨୦୧୪ ମସିହା ସନ୍ଧ୍ୟା ସମୟରେ ଶିଶୁରୋଗ ବିଶେଷଜ୍ଞ ତଥା ଏଡ଼ିଏମଓ ଡାକ୍ତର ଦୂର୍ବାଦଳ ମିଶ୍ରଙ୍କୁ ତାଙ୍କ ଘର ଆଗରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୃର୍ବୁତ୍ତ । ଏହି ମାମଲାରେ ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ଏହି ଚର୍ଚ୍ଚିତ ଘଟଣାର ସରକାରୀ ଓକିଲ ଭାବେ ଦଶରଥ ମାହାଣା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ଓକିଲ ଭାବେ ରାଜେନ୍ଦ୍ର ଅଗ୍ରୱାଲ କେସ୍ ପରିଚାଳନା କରିଥିଲେ।