ଜଙ୍ଗଲ ଭିତରେ ଚୋରା କୋଇଲା ଖଣି
ସଂରକ୍ଷିତ ଜଙ୍ଗଲ ଭିତରେ ଚୋରା କୋଇଲା ଖଣି। ସୁନ୍ଦରଗଡ ହେମଗିର ବନଖଣ୍ଡର ତେଲେନଡିହି ରିଜର୍ଭ ଫରେଷ୍ଟ ଏରିଆ ଭିତରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ୍ କୋଇଲା ଖଣି ଉପରେ ରେଡ୍ କରିଛି ପ୍ରଶାସନ। ଜଙ୍ଗଲ ଭିତରୁ ବିପୁଳ ପରିମାଣର କୋଇଲା ଜବତ ହୋଇଛି। ଚୋରା କୋଇଲା କାରବାରରେ ଗୋପାଳପୁର ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ଜଣେ ପୂର୍ବତନ ରାଜନେତାଙ୍କ ପୁଅଙ୍କ ହାତ ଥିବା କୁହାଯାଉଛି।