ପରୀକ୍ଷା ଘୁଞ୍ଚାଇବା ପାଇଁ ରମାଦେବୀ ମହିଳା କଲେଜ ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେଉଛି ସିଭିୟର ହିଟୱେଭ I ଆକାଶରୁ ନିଆଁ ଝୁଲ ଖସି ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଏହାରି ଭିତରେ ମୁଣ୍ଡ ଉପରେ ପରୀକ୍ଷା ତାତି I ଆସନ୍ତା ଏପ୍ରିଲ ୩୦ରୁ ମେ ମାସ ୧୮ ଯାଏଁ ହେବ +୩ ୨ୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷା I ତେବେ ଅସହ୍ୟ ଖରାରେ ସାରା ରାଜ୍ୟ ଆଉତୁ ପାଉଟୁ ହେଉଥିବାବେଳେ କିପରି ପରୀକ୍ଷା ଦେବେ ପରୀକ୍ଷାର୍ଥୀ I ପରୀକ୍ଷା […]

ପରୀକ୍ଷା ଘୁଞ୍ଚାଇବା ପାଇଁ ରମାଦେବୀ ମହିଳା କଲେଜ ଛାତ୍ରୀଙ୍କ ଧାରଣା
ପରୀକ୍ଷା ଘୁଞ୍ଚାଇବା ପାଇଁ ରମାଦେବୀ ମହିଳା କଲେଜ ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେଉଛି ସିଭିୟର ହିଟୱେଭ I ଆକାଶରୁ ନିଆଁ ଝୁଲ ଖସି ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଏହାରି ଭିତରେ ମୁଣ୍ଡ ଉପରେ ପରୀକ୍ଷା ତାତି I ଆସନ୍ତା ଏପ୍ରିଲ ୩୦ରୁ ମେ ମାସ ୧୮ ଯାଏଁ ହେବ +୩ ୨ୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷା I ତେବେ ଅସହ୍ୟ ଖରାରେ ସାରା ରାଜ୍ୟ ଆଉତୁ ପାଉଟୁ ହେଉଥିବାବେଳେ କିପରି ପରୀକ୍ଷା ଦେବେ ପରୀକ୍ଷାର୍ଥୀ I ପରୀକ୍ଷା ଘୁଞ୍ଚାଇବା ଦାବିରେ ଆଜି ରମାଦେବୀ ମହିଳା ମହାବିଦ୍ୟାଳୟର +୩ ଛାତ୍ରୀମାନେ ଗେଟ ବାହାରେ ଧାରଣାରେ ବସିଛନ୍ତି I ଯୁକ୍ତ ୩ ଦ୍ବିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି ଛାତ୍ରୀ । ପ୍ରବଳ ଖରା ହେଉଥିବାରୁ ହଷ୍ଟେଲରେ ରହି ହେଉନି କିମ୍ବା ଦୂରରୁ ଆସି ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେବା ସମ୍ଭବପର ନୁହଁ ବୋଲି ଦାବି ନେଇ ଆନ୍ଦୋଳନ କରିଛନ୍ତି । ଖରା ଯୋଗୁଁ ରାଜ୍ୟରେ ସମସ୍ତ ସ୍କୁଲ କଲେଜ ୨୫ ରୁ ବନ୍ଦ ରହିଥିବାବେଳେ,ଆମ କଲେଜରେ ପରୀକ୍ଷା ହେଉଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ I ତେଣୁ +୩ ୨ୟ ବର୍ଷର ୪ର୍ଥ ସେମିଷ୍ଟାରକୁ କିଛିଦିନ ପାଇଁ ଘୁଞ୍ଚାଇବାକୁ ଦାବି କରିଛନ୍ତି I ଗତକାଲି କୁଳପତିଙ୍କ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିବାବେଳେ ଆଜି ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ବସିଛନ୍ତି ଛାତ୍ରୀ ।

ସେପଟେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ୪୦ ଡିଗ୍ରୀ ଉପରେ ରହିଥିଲା ୩ ଟି ସହର I ୪୦.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଝାରସୁଗୁଡା ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ଜାରି ରହିଛି।

ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ପାଇଁ ୮ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ୧୭ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ । ସେହିଭଳି ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ୧୧ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । ତେଣୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୭ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।