କାଲିଠୁ ପ୍ରବଳ ବର୍ଷା ! ଆଲର୍ଟ କଲା ଆଇଏମଡି

ଭୁବନେଶ୍ୱର: ସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ । ଫଳରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ବିଶେଷକରି ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାାରେ । ୧୦ ଓ ୧୧ରେ ବର୍ଷାର ରହିବ ସର୍ବାଧିକ ପ୍ରଭାବ । ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ହୋଇଛି । ସେହିପରି ୧୦ରେ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ଜିଲ୍ଲାକୁ ଝଡ଼ ପବନ […]

କାଲିଠୁ ପ୍ରବଳ ବର୍ଷା ! ଆଲର୍ଟ କଲା ଆଇଏମଡି

ଭୁବନେଶ୍ୱର: ସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ । ଫଳରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ବିଶେଷକରି ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାାରେ । ୧୦ ଓ ୧୧ରେ ବର୍ଷାର ରହିବ ସର୍ବାଧିକ ପ୍ରଭାବ । ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ହୋଇଛି । ସେହିପରି ୧୦ରେ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ଜିଲ୍ଲାକୁ ଝଡ଼ ପବନ ନେଇ ୟେଲୋ ଆଲର୍ଟ । ଆସନ୍ତା ୩ ଦିନ ବର୍ଷାରେ ଭିଜିବ ଓଡ଼ିଶା । ସେପଟେ ଗତ କିଛି ଦିନ ହେବ ଯେଉଁଭଳି ଗରମ ଓ ଗୁଳୁଗୁଳି ଲାଗି ରହିଛି, ତାତିରୁ ମିଳିବ ତ୍ରାହି ।

ଆସନ୍ତାକାଲି ଅର୍ଥାତ୍ ୯ ତାରିଖ ପାଇଁ ରାଜ୍ୟର ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ୧୦ ତାରିଖରେ ଏହା ବଢ଼ି ୨୨ଟି ଜିଲ୍ଲାକୁ ଚାଲିଯିବ, ଯେଉଁଥିରେ ବର୍ଷା ସହ ଝଡ଼ପବନର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପବନର ବେଗ ଅଧିକ ରହିପାରେ ବୋଲି ସତର୍କ ସୂଚନା ଦିଆଯାଇଛି। ଏହି ସମୟରେ ବଜ୍ରପାତ ଏବଂ ମେଘୁଆ ପାଗର ମଧ୍ୟ ଆଶଙ୍କା ରହିଛି।