ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା, ୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ଵର: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ମେଘୁଆ ପାଗ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ସେପଟେ ବିଶେଷଜ୍ଞ କହିଛନ୍ତି ବର୍ତ୍ତମାନ ଆରବସାଗରରୁ ଜଳୀୟ ବାଷ୍ପର ପ୍ରଭାବ ଅଧିକ ରହୁଛି। ଦକ୍ଷିଣ ପଶ୍ଚିମ ଦିଗରୁ ଆସୁଥିବା ବାୟୁରେ ଅଧିକ ଜଳୀୟବାଷ୍ପ ରହୁଛି । ଫଳରେ ଓଡ଼ିଶାରେ ମେଘୁଆ ପାଗ ରହୁଛି,ବର୍ଷା ହେଉଛି । ଅଳ୍ପ ତାପମାତ୍ରାରେ ଗୁଳୁଗୁଳି ୮୦ ପ୍ରତିଶତରୁ ଅଧିକ ରହୁଛି । ରାତିରେ ୧୦୦ ପ୍ରତିଶତ ରହୁଛି । ପ୍ରଭାବରେ ଦିନ ୨ରୁ ସଂଧ୍ୟା ୬ ଟା ଯାଏଁ ତୁହାକୁ ତୁହା ବର୍ଷା ହେବ । କିନ୍ତୁ ବର୍ଷାର ପରିମାଣ କମ୍ ରହିବ । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ୭ ରେ ବଙ୍ଗୋପସାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅଧିକ ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ଭୁବନେଶ୍ଵର: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ମେଘୁଆ ପାଗ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।
ସେପଟେ ବିଶେଷଜ୍ଞ କହିଛନ୍ତି ବର୍ତ୍ତମାନ ଆରବସାଗରରୁ ଜଳୀୟ ବାଷ୍ପର ପ୍ରଭାବ ଅଧିକ ରହୁଛି। ଦକ୍ଷିଣ ପଶ୍ଚିମ ଦିଗରୁ ଆସୁଥିବା ବାୟୁରେ ଅଧିକ ଜଳୀୟବାଷ୍ପ ରହୁଛି । ଫଳରେ ଓଡ଼ିଶାରେ ମେଘୁଆ ପାଗ ରହୁଛି,ବର୍ଷା ହେଉଛି । ଅଳ୍ପ ତାପମାତ୍ରାରେ ଗୁଳୁଗୁଳି ୮୦ ପ୍ରତିଶତରୁ ଅଧିକ ରହୁଛି । ରାତିରେ ୧୦୦ ପ୍ରତିଶତ ରହୁଛି । ପ୍ରଭାବରେ ଦିନ ୨ରୁ ସଂଧ୍ୟା ୬ ଟା ଯାଏଁ ତୁହାକୁ ତୁହା ବର୍ଷା ହେବ । କିନ୍ତୁ ବର୍ଷାର ପରିମାଣ କମ୍ ରହିବ । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ୭ ରେ ବଙ୍ଗୋପସାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅଧିକ ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।