ଇବ୍ ନଦୀରେ ଭାସିଗଲେ ଦୁଇ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ସୁନ୍ଦରଗଡ଼ ୩୦।୭: ଇବ୍ ନଦୀ କନାକୁଣ୍ଡରେ ଭାସିଗଲେ ଦୁଇ ଯୁବକ । ଘୋଘର ପର୍ଯ୍ୟଟନସ୍ଥଳୀରେ ଘଟିଛି ଏଭଳି ଦୁଃଖଦ ଘଟଣା । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବାଳିଶଙ୍କରା ପଞ୍ଚାୟତର ଘୋଘର ପର୍ଯ୍ୟଟନସ୍ଥଳୀ କନାକୁଣ୍ଡ ନିକଟ ଇବ୍ ନଦୀରେ ଅଘଟଣ । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଗୋବିନ୍ଦପୁର ଗ୍ରାମର ୩ ଯୁବକ ଏହି ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ଆସିଥିଲେ । ୩ ଯୁବକ, ଆକାଶ ସାହୁଙ୍କ ସାଙ୍ଗ ରୋଶନ ପାସୱାନ ଓ ଜୟନାରାୟଣ ପାତ୍ର ନଦୀରେ ଗାଧାଉଥିବା ବେଳେ ଅଚାନକ ଭାସିଯାଇଥିଲେ । ଘଟଣାସ୍ଥଳରେ ବାଲିଶଙ୍କରା ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।You Can Read:‘ଅପରେସନ ସିନ୍ଦୂର’କୁ ବିଜେଡିର ସମର୍ଥନ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, ବିଜେଡିକୁ ପ୍ରଶଂସା କଲା ବିଜେପି

ଇବ୍ ନଦୀରେ ଭାସିଗଲେ ଦୁଇ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ସୁନ୍ଦରଗଡ଼ ୩୦।୭: ଇବ୍ ନଦୀ କନାକୁଣ୍ଡରେ ଭାସିଗଲେ ଦୁଇ ଯୁବକ । ଘୋଘର ପର୍ଯ୍ୟଟନସ୍ଥଳୀରେ ଘଟିଛି ଏଭଳି ଦୁଃଖଦ ଘଟଣା । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବାଳିଶଙ୍କରା ପଞ୍ଚାୟତର ଘୋଘର ପର୍ଯ୍ୟଟନସ୍ଥଳୀ କନାକୁଣ୍ଡ ନିକଟ ଇବ୍ ନଦୀରେ ଅଘଟଣ । 

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଗୋବିନ୍ଦପୁର ଗ୍ରାମର ୩ ଯୁବକ ଏହି ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ଆସିଥିଲେ । ୩ ଯୁବକ, ଆକାଶ ସାହୁଙ୍କ ସାଙ୍ଗ ରୋଶନ ପାସୱାନ ଓ ଜୟନାରାୟଣ ପାତ୍ର ନଦୀରେ ଗାଧାଉଥିବା ବେଳେ ଅଚାନକ ଭାସିଯାଇଥିଲେ । ଘଟଣାସ୍ଥଳରେ ବାଲିଶଙ୍କରା ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

You Can Read:

‘ଅପରେସନ ସିନ୍ଦୂର’କୁ ବିଜେଡିର ସମର୍ଥନ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, ବିଜେଡିକୁ ପ୍ରଶଂସା କଲା ବିଜେପି