ବର୍ଷ ଆରମ୍ଭରୁ ନିୟମ ପରିବର୍ତ୍ତନ: ଆଜିଠୁ ନିୟମ ବଦଳିଛି, ଗ୍ରାହକ ପକେଟରେ ପଡିବ ଇଫେକ୍ଟ...

ନୂଆବର୍ଷ ୨୦୨୫କୁ ସ୍ବାଗତ କରିଛି ଭାରତ । ବର୍ଷ ବଦଳିବା ସହ ବଦଳିଛି ଅନେକ କିଛି ନିୟମ । ପୁରୁଣଶ ବର୍ଷ ସହ ପୁରୁଣା ନିୟମ ବଦଳିଛି। ନୂଆବର୍ଷରୁ ନୂଆ ନିୟମ ଲାଗୁ ହୋଇଛି। ଜାନୁଆରୀ ୧ରୁ ଅନେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ତେବେ ଜାଣନ୍ତୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ । ପ୍ରତିମାସର ୧ ତାରିଖ ଭଳି ଏଲପିଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କମର୍ସିଆଲ ସିଲିଣ୍ଡରର ଦର ଲଗାତାର ପରିବର୍ତ୍ତନ ହେଉଥିବା ବେଳେ ଘରୋଇ ସିଲିଣ୍ଡରର ଦରରେ ଦୀର୍ଘ ମାସ ହେବ ପରିବର୍ତ୍ତନ ହୋଇନି । ନୂଆବର୍ଷରେ କମର୍ସିଆଲ ସିଲିଣ୍ଡର ଦର କମ ହୋଇଛି । ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଛି । ୧ ଜାନୁଆରୀରୁ ପେନସନଧାରୀଙ୍କ ପାଇଁ ଇପିଏଫ୍ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ନୂଆ ନିୟମରେ ପେନସନଧାରୀ କୌଣସି ବି ବ୍ୟାଙ୍କରୁ ପେନସନ ଉଠାଇପାରିବେ, ଏଥିପାଇଁ ଅଧିକ ଯାଞ୍ଚର ଆବଶ୍ୟକତା ପଡିବନି । ଆରବିଆଇ ଫିଚର ଫୋନରେ ଅନଲାଇନ ପେମେଣ୍ଟ ସୁବିଧା ପାଇଁ ୟୁପିଆଇ ୧୨୩ ପେ ଆରମ୍ଭ କରିଛି । ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ପୂର୍ବରୁ ଏନେଇ ଘୋଷଣା କରିଥିଲା ଆରବିଆଇ । ନୂଆବର୍ଷରୁ କାର କିଣିବା ମହଙ୍ଗା ହେବ, ଅନେକ ନାମୀ କମ୍ପାନୀ କାର ଦାମ ୨ରୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ୧ ଜାନୁଆରୀରୁ ପୂରା ଦେଶରେ ବିଏସ-୭ ନିୟମ

ବର୍ଷ ଆରମ୍ଭରୁ ନିୟମ ପରିବର୍ତ୍ତନ: ଆଜିଠୁ ନିୟମ ବଦଳିଛି, ଗ୍ରାହକ ପକେଟରେ ପଡିବ ଇଫେକ୍ଟ...

ନୂଆବର୍ଷ ୨୦୨୫କୁ ସ୍ବାଗତ କରିଛି ଭାରତ । ବର୍ଷ ବଦଳିବା ସହ ବଦଳିଛି ଅନେକ କିଛି ନିୟମ । ପୁରୁଣଶ ବର୍ଷ ସହ ପୁରୁଣା ନିୟମ ବଦଳିଛି। ନୂଆବର୍ଷରୁ ନୂଆ ନିୟମ ଲାଗୁ ହୋଇଛି। ଜାନୁଆରୀ ୧ରୁ ଅନେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ତେବେ ଜାଣନ୍ତୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ । 

ପ୍ରତିମାସର ୧ ତାରିଖ ଭଳି ଏଲପିଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କମର୍ସିଆଲ ସିଲିଣ୍ଡରର ଦର ଲଗାତାର ପରିବର୍ତ୍ତନ ହେଉଥିବା ବେଳେ ଘରୋଇ ସିଲିଣ୍ଡରର ଦରରେ ଦୀର୍ଘ ମାସ ହେବ ପରିବର୍ତ୍ତନ ହୋଇନି । ନୂଆବର୍ଷରେ କମର୍ସିଆଲ ସିଲିଣ୍ଡର ଦର କମ ହୋଇଛି । ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଛି । ୧ ଜାନୁଆରୀରୁ ପେନସନଧାରୀଙ୍କ ପାଇଁ ଇପିଏଫ୍ ନୂଆ ନିୟମ ଲାଗୁ କରିବାକୁ ଯାଉଛି । 

ନୂଆ ନିୟମରେ ପେନସନଧାରୀ କୌଣସି ବି ବ୍ୟାଙ୍କରୁ ପେନସନ ଉଠାଇପାରିବେ, ଏଥିପାଇଁ ଅଧିକ ଯାଞ୍ଚର ଆବଶ୍ୟକତା ପଡିବନି । ଆରବିଆଇ ଫିଚର ଫୋନରେ ଅନଲାଇନ ପେମେଣ୍ଟ ସୁବିଧା ପାଇଁ ୟୁପିଆଇ ୧୨୩ ପେ ଆରମ୍ଭ କରିଛି । ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ପୂର୍ବରୁ ଏନେଇ ଘୋଷଣା କରିଥିଲା ଆରବିଆଇ । 

ନୂଆବର୍ଷରୁ କାର କିଣିବା ମହଙ୍ଗା ହେବ, ଅନେକ ନାମୀ କମ୍ପାନୀ କାର ଦାମ ୨ରୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ୧ ଜାନୁଆରୀରୁ ପୂରା ଦେଶରେ ବିଏସ-୭ ନିୟମ ଲାଗୁ ହେବ ।