ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ସାଢେ ୧୧ ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର ୨୨।୦୮ : ବିଧାନସଭା ଅଧିବେଶନ । ଆଜି ବି ଗୃହ ଅଚଳ । ବିଧାନସଭା ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା । ଦିନ ସାଢେ ୧୧ ଯାଏଁ ଗୃହକୁ ମୁଲତବୀ ଘୋଷଣ କରିଲେ ବାଚସ୍ପତି ସୁରମା ପାଢୀ । ବିଧାନସଭା ୨ୟ ପର୍ଯ୍ୟାୟ ଅଧିବେଶନର ଆଜି ତୃତୀୟ ଦିନ । ଗୃହ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହୋହାଲ୍ଲା ଏବଂ ହଟ୍ଟଗୋଳ ହୋଇଥିଲା । ଖାସ୍ କରି ବିଜେଡି ପକ୍ଷରୁ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ନେଇ ହୋ-ହାଲ୍ଲା ହୋଇଥିବା ବେଳେ ଇଡି ରେଡ୍ ପ୍ରସଙ୍ଗ ନେଇ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ହୋଇଥିଲା ନାରାବାଜି । ଏପିରିକି ଗୃହ ମଧ୍ୟ ଭାଗକୁ ଆସି ଉଭୟ ବିରୋଧୀ ସଦସ୍ୟ ହୋହାଲ୍ଲା କରିଥିଲେ । ଶେଷରେ ବାଧ୍ୟ ହୋଇ ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।
ଭୁବନେଶ୍ୱର ୨୨।୦୮ : ବିଧାନସଭା ଅଧିବେଶନ । ଆଜି ବି ଗୃହ ଅଚଳ । ବିଧାନସଭା ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା । ଦିନ ସାଢେ ୧୧ ଯାଏଁ ଗୃହକୁ ମୁଲତବୀ ଘୋଷଣ କରିଲେ ବାଚସ୍ପତି ସୁରମା ପାଢୀ ।
ବିଧାନସଭା ୨ୟ ପର୍ଯ୍ୟାୟ ଅଧିବେଶନର ଆଜି ତୃତୀୟ ଦିନ । ଗୃହ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହୋହାଲ୍ଲା ଏବଂ ହଟ୍ଟଗୋଳ ହୋଇଥିଲା । ଖାସ୍ କରି ବିଜେଡି ପକ୍ଷରୁ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ନେଇ ହୋ-ହାଲ୍ଲା ହୋଇଥିବା ବେଳେ ଇଡି ରେଡ୍ ପ୍ରସଙ୍ଗ ନେଇ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ହୋଇଥିଲା ନାରାବାଜି । ଏପିରିକି ଗୃହ ମଧ୍ୟ ଭାଗକୁ ଆସି ଉଭୟ ବିରୋଧୀ ସଦସ୍ୟ ହୋହାଲ୍ଲା କରିଥିଲେ । ଶେଷରେ ବାଧ୍ୟ ହୋଇ ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।