ଜରୁରୀ ସ୍ଥିତିକୁ ମନେ ପକାଇଲେ ରାଜନାଥ, ମା’ଙ୍କ ଶେଷ ସଂସ୍କାର ପାଇଁ ପାରୋଲ୍ ପାଇନଥିଲେ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାରକୁ କଡ଼ା ସମାଲୋଚନା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କଂଗ୍ରେସ ଦଳ ଉପରେ ତୀବ୍ର ବର୍ଷିଛନ୍ତି। ଚୀନ୍ ସହ ସୀମାରେ ସ୍ଥିତାବସ୍ଥା ଫେରାଇ ଆଣିବାପାଇଁ କଂଗ୍ରେସ ଦଳ ପ୍ରତିଶ୍ରତି ଦେଇଥିବାବେଳେ ରାଜନାଥ ଏହି ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି। ବିରୋଧୀ ଦଳ ବିଜେପିକୁ ଏକଛତ୍ରବାଦ କହିବା ପ୍ରସଙ୍ଗରେ ରାଜନାଥ ଜରୁରୀ ସ୍ଥିତିକୁ ମନେନ ପକାଇଛନ୍ତି। ରାଜନାଥ ୧୯୭୫ ମସିହାର ଜରୁରୀ ସ୍ଥିତି ସଂକ୍ରାନ୍ତରେ […]

ଜରୁରୀ ସ୍ଥିତିକୁ ମନେ ପକାଇଲେ ରାଜନାଥ, ମା’ଙ୍କ ଶେଷ ସଂସ୍କାର ପାଇଁ ପାରୋଲ୍ ପାଇନଥିଲେ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାରକୁ କଡ଼ା ସମାଲୋଚନା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କଂଗ୍ରେସ ଦଳ ଉପରେ ତୀବ୍ର ବର୍ଷିଛନ୍ତି। ଚୀନ୍ ସହ ସୀମାରେ ସ୍ଥିତାବସ୍ଥା ଫେରାଇ ଆଣିବାପାଇଁ କଂଗ୍ରେସ ଦଳ ପ୍ରତିଶ୍ରତି ଦେଇଥିବାବେଳେ ରାଜନାଥ ଏହି ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି। ବିରୋଧୀ ଦଳ ବିଜେପିକୁ ଏକଛତ୍ରବାଦ କହିବା ପ୍ରସଙ୍ଗରେ ରାଜନାଥ ଜରୁରୀ ସ୍ଥିତିକୁ ମନେନ ପକାଇଛନ୍ତି। ରାଜନାଥ ୧୯୭୫ ମସିହାର ଜରୁରୀ ସ୍ଥିତି ସଂକ୍ରାନ୍ତରେ କଂଗ୍ରେସ ଦଳକୁ ମନେ ପକାଇଦେଇଥିଲେ। ଜରୁରୀ ସ୍ଥିତି ସମୟରେ ରାଜନାଥ ୧୮ ମାସ ଜେଲରେ ରହିଥିଲେ। ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ରାଜନାଥ ସିଂହ ଭାବପ୍ରବଣ ହୋଇଯାଇଥିଲେ। ରାଜନାଥ କହିଥିଲେ ଜରୁରୀ ସ୍ଥିତ ସମୟରେ ମା’ଙ୍କର ମସ୍ତିଷ୍କାଘାତରେ ମୃତ୍ୟୁ ହୋଇଗଲା। ସେ ସମୟରେ ମା’ଙ୍କ ଶେଷ ସଂସ୍କାରରେ ଯୋଗ ଦେବାପାଇଁ ମତେ ପାରୋଲ୍ ମିଳିନଥିଲା । ଆଉ କଂଗ୍ରେସ ଏବେ ଏକଛତ୍ରବାଦ କଥା କହୁଛି। ରାଜନାଥ କହିଛନ୍ତି ତାଙ୍କ ମା’ ୨୭ ଦିନ ହସ୍ପିଟାଲରେ ରହିଲେ। କିନ୍ତୁ ମା’ଙ୍କୁ ଦେଖିବାପାଇଁ ତାଙ୍କୁ ଅନୁମତି ମିଳିନଥିଲା। ଜରୁରୀ ସ୍ଥିତି ସମୟରେ ଏକଛତ୍ରବାଦ ଶାସନ କରିଥିବା ଲୋକାନେ ଏବେ ଏକଛତ୍ରବାଦର କଥା କହୁଛନ୍ତି।