ବିଜେପି ଦିଲ୍ଲୀରେ ସମସ୍ତ ୭ ଲୋକସଭା ଆସନରେ ଜିତିବ
ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ସର୍ବକନିଷ୍ଠ ଲୋକସଭା ପ୍ରାର୍ଥୀ ହେଉଛନ୍ତି ବାଂସୁରୀ ସ୍ବରାଜ। ଦିଲ୍ଲୀରେ ସମସ୍ତ ୭ ଲୋକସଭା ଆସନରେ ବିଜେପି ଜିତିବ ବୋଲି ବାଂସୁରୀ ସ୍ବରାଜ ଦୃଢ଼ୋକ୍ତି ବାଢ଼ିଛନ୍ତି। ବାଂସୁରୀ କହିଛନ୍ତି, ଦିଲ୍ଲୀରେ ଆପ୍କଂଗ୍ରେସ ମେଣ୍ଟ ଆତ୍ମ ସ୍ବାର୍ଥ ଉପରେ ଆଧାରିତ ଏବଂ ଏହା ତାଙ୍କ ଦଳ ଉପରେ କୌଣସି ପ୍ରଭାବ ପକାଇବନି। ବିଜେପି ଦିଲ୍ଲୀରେ ସମସ୍ତ ୭ ଆସନରେ ପୁଣିଥରେ ନିର୍ବାଚନ ଜିତିବ ବୋଲି ବାଂସୁରୀ ଦୃଢ଼ୋକ୍ତି ବାଢ଼ିଛନ୍ତି। ସ୍ବର୍ଗତ ବିଜେପି ନେତ୍ରୀ ସୁଷମା […]

ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ସର୍ବକନିଷ୍ଠ ଲୋକସଭା ପ୍ରାର୍ଥୀ ହେଉଛନ୍ତି ବାଂସୁରୀ ସ୍ବରାଜ। ଦିଲ୍ଲୀରେ ସମସ୍ତ ୭ ଲୋକସଭା ଆସନରେ ବିଜେପି ଜିତିବ ବୋଲି ବାଂସୁରୀ ସ୍ବରାଜ ଦୃଢ଼ୋକ୍ତି ବାଢ଼ିଛନ୍ତି। ବାଂସୁରୀ କହିଛନ୍ତି, ଦିଲ୍ଲୀରେ ଆପ୍କଂଗ୍ରେସ ମେଣ୍ଟ ଆତ୍ମ ସ୍ବାର୍ଥ ଉପରେ ଆଧାରିତ ଏବଂ ଏହା ତାଙ୍କ ଦଳ ଉପରେ କୌଣସି ପ୍ରଭାବ ପକାଇବନି। ବିଜେପି ଦିଲ୍ଲୀରେ ସମସ୍ତ ୭ ଆସନରେ ପୁଣିଥରେ ନିର୍ବାଚନ ଜିତିବ ବୋଲି ବାଂସୁରୀ ଦୃଢ଼ୋକ୍ତି ବାଢ଼ିଛନ୍ତି। ସ୍ବର୍ଗତ ବିଜେପି ନେତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ପିଟିଆଇରେ ସାକ୍ଷାତକାର ଦେଇ କହିଛନ୍ତି ଯେ ଅବ୍କି ବାର୍ ୪୦୦ ପାର୍। ବାଂସୁରୀ କହିଛନ୍ତି, ଏହା ବାସ୍ତବରେ ପରିଣତ ହେବ। ବିଜେପି କର୍ମୀଙ୍କ ସାହାଯ୍ୟ ଏବଂ ଲୋକଙ୍କ ସମର୍ଥନ ଦ୍ବାରା ଏହା ବାସ୍ତବତାରେ ପରିଣତ ହେବ। ବାଂସୁରୀ କହିଛନ୍ତି, ଦିଲ୍ଲୀରେ ଆପ୍କଂଗ୍ରେସ ମେଣ୍ଟର କୌଣସି ପ୍ରଭାବ ପଡ଼ିବନି। ଆମେ ଅତି ସକରାତ୍ମକ ପ୍ରଚାର ଅଭିଯାନ ଚଳାଇଛୁ। ଆମେ ଲୋକଙ୍କ ପାଖରେ ୨୦ ବର୍ଷର ରିପୋର୍ଟ କାର୍ଡ ଧରି ପହଞ୍ଚିଛୁ ବୋଲି ସେ କହିଛନ୍ତି।