ପହିଲାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ୱର : ଜୁଲାଇ ୧ ରୁ ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ I ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଜନ ଶୁଣାଣି I ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ଆଜି ତାର ସ୍ଥିତି ପରଖିଛନ୍ତି ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର । ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ୍ ବ୍ୟବସ୍ଥା, ସିରିଏଲ ମାଧ୍ୟମରେ ଲୋକେ କିପରି ଆସିବେ, ସେନେଇ ଅଧିକାରୀଙ୍କ ସହ […]

ଭୁବନେଶ୍ୱର : ଜୁଲାଇ ୧ ରୁ ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ I ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଜନ ଶୁଣାଣି I ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ଆଜି ତାର ସ୍ଥିତି ପରଖିଛନ୍ତି ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର । ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ୍ ବ୍ୟବସ୍ଥା, ସିରିଏଲ ମାଧ୍ୟମରେ ଲୋକେ କିପରି ଆସିବେ, ସେନେଇ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମୟରେ ୩୦ ଜଣ ବସିବା ପାଇଁ ବ୍ୟବସ୍ଥା ରହିବ । ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯିବ । ୨ ଦିନରେ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ବୁଲି ଦେଖିଛନ୍ତି ସଚିବ । ଖୁବଶୀଘ୍ର ବାସଗୃହ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।