ବର୍ଷେ କିମ୍ବା ୬ ମାସ ମଧ୍ୟରେ ଦେଶରେ ପୁଣିଥରେ ନିର୍ବାଚନ ହୋଇପାରେ : ଭୂପେଶ ବାଘେଲ
ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲ ଆଜି ଆକଳନ କରିଛନ୍ତି ଯେ ଦେଶରେ ବର୍ଷକ ମଧ୍ୟରେ ପୁଣିଥରେ ନିର୍ବାଚନ ହୋଇପାରେ। ବିଜେପି ନେତୃତ୍ବାଧୀନ ଏନଡିଏ ସାଂସଦମାନେ ଆଜି ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କ ନେତା ନିର୍ବାଚିତ କରିବାପରେ ବାଘେଲ ଏହି ଟିପ୍ପଣୀ ଦେଇଛନ୍ତି। ବାଘେଲ ଆଜି ଏକ ସାଧାରଣ କାର୍ଯ୍ୟକ୍ରମରେ କହିଛନ୍ତି, ଦଳୀୟ କର୍ମୀମାନେ ପ୍ରସ୍ତୁତ ରହିବାକୁ ହେବ। ଆସନ୍ତା ବର୍ଷେ କିମ୍ବା ୬ ମାସ ମଧ୍ୟରେ ଦେଶରେ ପୁଣିଥରେ ନିର୍ବାଚନ ହୋଇପାରେ। […]

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲ ଆଜି ଆକଳନ କରିଛନ୍ତି ଯେ ଦେଶରେ ବର୍ଷକ ମଧ୍ୟରେ ପୁଣିଥରେ ନିର୍ବାଚନ ହୋଇପାରେ। ବିଜେପି ନେତୃତ୍ବାଧୀନ ଏନଡିଏ ସାଂସଦମାନେ ଆଜି ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କ ନେତା ନିର୍ବାଚିତ କରିବାପରେ ବାଘେଲ ଏହି ଟିପ୍ପଣୀ ଦେଇଛନ୍ତି। ବାଘେଲ ଆଜି ଏକ ସାଧାରଣ କାର୍ଯ୍ୟକ୍ରମରେ କହିଛନ୍ତି, ଦଳୀୟ କର୍ମୀମାନେ ପ୍ରସ୍ତୁତ ରହିବାକୁ ହେବ। ଆସନ୍ତା ବର୍ଷେ କିମ୍ବା ୬ ମାସ ମଧ୍ୟରେ ଦେଶରେ ପୁଣିଥରେ ନିର୍ବାଚନ ହୋଇପାରେ। ବରିଷ୍ଠ କଂଗ୍ରେସ ନେତା ବାଘେଲ ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ କଡ଼ା କଟାକ୍ଷ କରିଛନ୍ତି। ବାଘେଲ କହିଛନ୍ତି, ଯୋଗୀଙ୍କ ଆସନ ଥରୁଛି, ଭଜନ ଲାଲ୍ ଶର୍ମାଙ୍କ ଆସନ ଦୁର୍ବଳ ହୋଇଯାଇଛି ଏବଂ ଫଡ଼ନାବିସ ମଧ୍ୟ ଇସ୍ତଫା ଦେଉଛନ୍ତି। ବାଘେଲ କହିଛନ୍ତି, ଯେଉଁମାନେ ଦିନକୁ ୩ଟି ପୋଷାକ ବଦଳାଉଥିଲେ ଏବେ ସେମାନେ ଗୋଟିଏ ପୋଷାକରେ ୩ଟି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସେମାନେ ଏବେ କ’ଣ ଖାଉଛନ୍ତି, ପିଉଛନ୍ତି କିମ୍ବା କ’ଣ ପିନ୍ଧୁଛନ୍ତି ଏବେ ସେମାନଙ୍କର ସେଥିପ୍ରତି କିଛି ଖାତିର ନାହିଁ। ତେବେ ଲୋକମାନେ ବିଜେପିକୁ ଏକ ଶିକ୍ଷା ଦେଇଛନ୍ତ ବୋଛଲି ସେ କହିଛନ୍ତି।