ଅକ୍ଟୋବର ୨ରୁ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ

ଭୁବନେଶ୍ବର: ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ । ଅକ୍ଟୋବର ୨ରୁ ବିଜେଡି ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ । ସୁଭାଶିଷ କହିଛନ୍ତି, ଆଜି ବି ଲୋକେ ନବୀନଙ୍କ ଉପରେ ଆଶା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଛନ୍ତି । ତୃଣମୂଳ ସ୍ତରର କର୍ମୀ ଓ ନୂତନ କରି ଯେଉଁମାନେ ସଦସ୍ୟ ଗ୍ରହଣ କରିବେ, ଆଶା […]

ଅକ୍ଟୋବର ୨ରୁ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ
ଅକ୍ଟୋବର ୨ରୁ ବିଜେଡି ସଦସ୍ୟତା ଅଭିଯାନ ଆରମ୍ଭ

ଭୁବନେଶ୍ବର: ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ । ଅକ୍ଟୋବର ୨ରୁ ବିଜେଡି ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ।

ସୁଭାଶିଷ କହିଛନ୍ତି, ଆଜି ବି ଲୋକେ ନବୀନଙ୍କ ଉପରେ ଆଶା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଛନ୍ତି । ତୃଣମୂଳ ସ୍ତରର କର୍ମୀ ଓ ନୂତନ କରି ଯେଉଁମାନେ ସଦସ୍ୟ ଗ୍ରହଣ କରିବେ, ଆଶା ଅଛି ଯେ ସେମାନେ ନବୀନ ବାବୁଙ୍କ ଉପରେ ଥିବା ଭଲ ପାଇବା ଯୋଗୁଁ ବିଜେଡିରେ ସାମିଲ ହେବେ । ଲୋକେ ଜାଣିଲେଣି ନୂଆ ସରକାର ବିଫଳ । ତେଣୁ ତୃଣମୂଳ ସ୍ତରରେ ଲୋକଙ୍କ ସଦସ୍ୟତା ବଢିବ।

ଅନ୍ୟପଟେ ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ଢେଙ୍କାନାଳ ଓ କନ୍ଧମାଳ ଜିଲାର ସମୀକ୍ଷା ବୈଠକ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ନବୀନ। ସଂଗଠନ ଓ ଦଳର ସ୍ଥିତି ନେଇ ଆଲୋଚନା ହେଉଥିବା ସୂଚନା ମିଳିଛି।

ସୂଚନାନୁସାରେ,୨ ସେପ୍ଟେମ୍ବରରୁ ସାରା ଦେଶରେ ଏବଂ ୩ ରୁ ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ-୨୦୨୪ ଚାଲୁ ରହିଛି । ଏପର୍ଯ୍ୟନ୍ତ ୬ କୋଟି ଲୋକ ସାମିଲ ହେଲେଣି । ରାଜ୍ୟରେ ସଦସ୍ୟତା ଅଭିଯାନକୁ ସର୍ବବ୍ୟାପୀ ଓ ଗତିଶୀଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।