କେବେ ବି ଜୁନିୟର ଡାକ୍ତରଙ୍କୁ ଧମକ ଦେଇନି : ମମତା

କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଘେରରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବିରୋଧରେ ମିଛ କଥା ପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି। କୋଲକାତା ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିକ୍ଷୋଭ କରୁଥିବା ଡାକ୍ତରମାନଙ୍କୁ ମମତା ଧମକ ଦେଇଥିବା ବିଜେପି ଅଭିଯୋଗ କରିଥିବାବେଳେ ମମତା ଏହାକୁ ଖଣ୍ଡନ କରିଛନ୍ତି। ମମତା କହିଛନ୍ତି , ସେ କେବେହେଲେ ଡାକ୍ତରମାନଙ୍କୁ କୌଣସି ପ୍ରକାରର ଧମକ ଦେଇନାହାନ୍ତି। […]

କେବେ ବି ଜୁନିୟର ଡାକ୍ତରଙ୍କୁ ଧମକ ଦେଇନି : ମମତା

କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଘେରରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବିରୋଧରେ ମିଛ କଥା ପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି। କୋଲକାତା ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିକ୍ଷୋଭ କରୁଥିବା ଡାକ୍ତରମାନଙ୍କୁ ମମତା ଧମକ ଦେଇଥିବା ବିଜେପି ଅଭିଯୋଗ କରିଥିବାବେଳେ ମମତା ଏହାକୁ ଖଣ୍ଡନ କରିଛନ୍ତି। ମମତା କହିଛନ୍ତି , ସେ କେବେହେଲେ ଡାକ୍ତରମାନଙ୍କୁ କୌଣସି ପ୍ରକାରର ଧମକ ଦେଇନାହାନ୍ତି। ଜୁନିୟର ଡାକ୍ତରଙ୍କୁ ଧମକ ଦେବା ଅଭିଯୋଗ ସଂପୂର୍ଣ୍ଣ ମିଛ। ଡାକ୍ତରଙ୍କ ବିକ୍ଷୋଭ ଯଥାର୍ଥ ବୋଲି ମମତା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇକୁ ମମତା ଗତକାଲି ଏକ ପ୍ରଶ୍ନ କରିଥିଲେ। ମାମଲାରେ ତଦନ୍ତ କେତେବାଟ ଗଲା ଏବଂ ପୀଡ଼ିତାଙ୍କୁ ନ୍ୟାୟ କେବେ ମିଳିବ ବୋଲି ମମତା ପ୍ରଶ୍ନ କରିଛନ୍ତି।