ଖୁବ୍ଶୀଘ୍ର ବଜାରକୁ ଆସିବ ଓମ୍ଫେଡ୍ ଚକୋଲେଟ୍, ପାଣି ବୋତଲ
ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା): ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍ଫେଡ୍) ପ୍ରସ୍ତୁତ ଚକୋଲେଟ ଖୁବ୍ଶୀଘ୍ର ବଜାର ପ୍ରବେଶ କରିବ। ଏନେଇ ଓମ୍ଫେଡ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ନ୍ୟାଶନାଲ ଡେଏରି ଡେଭଲପ୍ମେଣ୍ଟ ବୋର୍ଡ ପକ୍ଷରୁ ଏହାର ପ୍ରୋଜେକ୍ଟ ଡିଜାଇନ କରାଯାଇଛି। କ୍ୟାପିଟାଲ ଇନ୍ଭେଷ୍ଟମେଣ୍ଟ ପାଇଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି। ଓମଫେଡ୍ ପାଣି ବୋତଲ ମଧ୍ୟ ବିକ୍ରି କରିବାକୁ ଯୋଜନା ରହିଛି। ଆସନ୍ତା ୪ ମାସ […] The post ଖୁବ୍ଶୀଘ୍ର ବଜାରକୁ ଆସିବ ଓମ୍ଫେଡ୍ ଚକୋଲେଟ୍, ପାଣି ବୋତଲ appeared first on Dharitri Odia News.
ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା): ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍ଫେଡ୍) ପ୍ରସ୍ତୁତ ଚକୋଲେଟ ଖୁବ୍ଶୀଘ୍ର ବଜାର ପ୍ରବେଶ କରିବ। ଏନେଇ ଓମ୍ଫେଡ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ନ୍ୟାଶନାଲ ଡେଏରି ଡେଭଲପ୍ମେଣ୍ଟ ବୋର୍ଡ ପକ୍ଷରୁ ଏହାର ପ୍ରୋଜେକ୍ଟ ଡିଜାଇନ କରାଯାଇଛି। କ୍ୟାପିଟାଲ ଇନ୍ଭେଷ୍ଟମେଣ୍ଟ ପାଇଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି। ଓମଫେଡ୍ ପାଣି ବୋତଲ ମଧ୍ୟ ବିକ୍ରି କରିବାକୁ ଯୋଜନା ରହିଛି। ଆସନ୍ତା ୪ ମାସ ଭିତରେ ଓମଫେଡ୍ ବଜାରରେ ପାଣି ବିକ୍ରି ଆରମ୍ଭ କରିପାରେ। ସେହିପରି ବୁଧବାର ଅରିଲୋସ୍ଥିତ ଓମଫେଡ୍ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିବା ଗଣମାଧ୍ୟମର ୩୦ରୁ ଅଧିକ ପ୍ରତିନିଧିଙ୍କ ସହ ପ୍ଲାଣ୍ଟ ମ୍ୟାନେଜର କାର୍ତ୍ତିକ ପାଲ୍ ଓମଫେଡର ଦୁଗ୍ଧ ପ୍ରକ୍ରିୟାକରଣ, ଉପତ୍ାଦ ଓ ଉପତ୍ାଦନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ। ଏବେ ଓମଫେଡ ଦୈନିକ ୫ ଲକ୍ଷ ୧୪ ହଜାର ଲିଟର ଦୁଗ୍ଧ ସଂଗ୍ରହ କରୁଛି। ସେଥିରେ ଦେଶୀ ବା ବିଞ୍ଝାରପୁରୀ ଗାଈ କ୍ଷୀର ହେଉଛି ୨୫୦୦ ଲିଟର। ବର୍ତ୍ତମାନ ଓମଫେଡ୍ ପକ୍ଷରୁ ବିଭିନ୍ନ ପ୍ରକାରର କ୍ଷୀର, ଘିଅ, ଦହି, ଲସି, ଖୁଆ, ପେଡ଼ା, ଲହୁଣୀ, ପନିର, ମିଠା ଦହି, ମିଲ୍କ ପାଉଡର ଆଦି ଉପତ୍ାଦ ପ୍ରସ୍ତୁତ କରାଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ପ୍ରଣାଳୀରେ ଏହି ସବୁ ଉପତ୍ାଦ ପ୍ରସ୍ତୁତ କରାଯାଉଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କର୍ମନିଯୁକ୍ତି ସମ୍ଭବ ହୋଇପାରିଛି। ଏହାବ୍ୟତୀତ ବର୍ଷକ ଭିତରେ ଓମ୍ଫେଡ ୧୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରିଛି। ଘିଅ ଉତ୍ପାଦନ ବୃଦ୍ଧି ପାଇଁ ଆଗାମୀ ଦିନରେ ଓମଫେଡ ଯୋଜନା ରଖିଛି। ମାସକୁ ଓମଫେଡ ୧୨୦ ଟନ୍ ଘିଅ ଉତ୍ପାଦନ କରୁଛି। ରାଜ୍ୟର ପ୍ରମୁଖ ମନ୍ଦିରରେ ଏହି ଘିଅ ବ୍ୟବହାର କରାଯାଉଥିବାବେଳେ ଦିଲ୍ଲୀ ହଜଖାସ୍ ଜଗନ୍ନାଥ ମନ୍ଦିର ସହ ଆଖପାଖର ଜଗନ୍ନାଥ ମନ୍ଦିରକୁ ମଧ୍ୟ ଓମଫେଡ୍ ଘିଅ ଯୋଗାଇ ଦିଆଯାଉଛି।
The post ଖୁବ୍ଶୀଘ୍ର ବଜାରକୁ ଆସିବ ଓମ୍ଫେଡ୍ ଚକୋଲେଟ୍, ପାଣି ବୋତଲ appeared first on Dharitri Odia News.