ଯୁବକଙ୍କୁ ଲୁହା ରଡ଼ରେ ଆକ୍ରମଣ, ତ୍ରିକୋଣୀୟ ପ୍ରେମ ପାଇଁ ଆଟାକ୍ !
ଚୌଦ୍ୱାର ୧୧।୦୮: କଟକ ଚୌଦ୍ବାରରେ ଯୁବକଙ୍କୁ ଲୁହା ରଡ଼ରେ ଆକ୍ରମଣ । ଗୁରୁତର ଯୁବକ କଟକ ମେଡିକାଲରେ ଭର୍ତ୍ତି l ତ୍ରିକୋଣୀୟ ପ୍ରେମ ପାଇଁ ଆକ୍ରମଣ ହୋଇଥାଏ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି । ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାରାଦୀପ ଅଞ୍ଚଳର ବିସିକେଶନ ସାହୁ ଚୌଦ୍ବାରର ଚୁଡାଖିଆ ବଜ଼ାରରୁ ଗୌଡ଼ ସାହି ରାସ୍ତାଦେଇ ଫେରୁଥିଲେ। ଏହି ସମୟରେ ନବକିଶୋର ତାଙ୍କୁ ଅଟକାଇଥିଲେ l ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ନବକିଶୋର ଏକ ଲୁହା ରଡ଼ରେ ବିସିକେଶନଙ୍କ ମୁଣ୍ଡକୁ ପିଟି ଦେଇଥିଲା l ଫଳରେ ବିସିକେଶନ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ନବକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଚୌଦ୍ବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିସିକେଶନକୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ପଠାଇବା ସହ ନବକୁ ଅଟକ ରଖି ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଏହି ଘଟଣାଟି ତ୍ରିକୋଣୀୟ ପ୍ରେମ ପାଇଁ ଘଟିଥାଇପାରେ ବୋଲି ଚୌଦ୍ବାର ଥାନା ଅଧିକାରୀ ବିଶ୍ବ ରଞ୍ଜନ ସାହୁ କହିଛନ୍ତି।
ଚୌଦ୍ୱାର ୧୧।୦୮: କଟକ ଚୌଦ୍ବାରରେ ଯୁବକଙ୍କୁ ଲୁହା ରଡ଼ରେ ଆକ୍ରମଣ । ଗୁରୁତର ଯୁବକ କଟକ ମେଡିକାଲରେ ଭର୍ତ୍ତି l ତ୍ରିକୋଣୀୟ ପ୍ରେମ ପାଇଁ ଆକ୍ରମଣ ହୋଇଥାଏ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାରାଦୀପ ଅଞ୍ଚଳର ବିସିକେଶନ ସାହୁ ଚୌଦ୍ବାରର ଚୁଡାଖିଆ ବଜ଼ାରରୁ ଗୌଡ଼ ସାହି ରାସ୍ତାଦେଇ ଫେରୁଥିଲେ। ଏହି ସମୟରେ ନବକିଶୋର ତାଙ୍କୁ ଅଟକାଇଥିଲେ l ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ନବକିଶୋର ଏକ ଲୁହା ରଡ଼ରେ ବିସିକେଶନଙ୍କ ମୁଣ୍ଡକୁ ପିଟି ଦେଇଥିଲା l ଫଳରେ ବିସିକେଶନ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ନବକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଚୌଦ୍ବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିସିକେଶନକୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ପଠାଇବା ସହ ନବକୁ ଅଟକ ରଖି ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଏହି ଘଟଣାଟି ତ୍ରିକୋଣୀୟ ପ୍ରେମ ପାଇଁ ଘଟିଥାଇପାରେ ବୋଲି ଚୌଦ୍ବାର ଥାନା ଅଧିକାରୀ ବିଶ୍ବ ରଞ୍ଜନ ସାହୁ କହିଛନ୍ତି।