ତାରାଙ୍କୁ ଚ୍ୟାଲେଞ୍ଜ କଲେ କୃଷ୍ଣ ପାତ୍ର, କହିଲେ ଭୋକ ବିକଳରେ…

ଭୁବନେଶ୍ୱର,୧୫ା୨: ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ଏବଂ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି।  କୃଷ୍ଣପାତ୍ର କଲେକ୍ସନରେ ମାତିଥିବା ତାରା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟର ଯେତେ ମହିଳା ଥିଲେ, ସମସ୍ତଙ୍କୁ ଲୋଭ ଦେଖାଇ ଠକିଛି ପୂର୍ବ ସରକାର। ଏବେକା ସରକାର ସେମାନଙ୍କ ପାଇଁ କିଛି କରନ୍ତୁ ବୋଲି କହିଛନ୍ତି ତାରା ପ୍ରସାଦ। ଅନ୍ୟପକ୍ଷରେ ତାରାଙ୍କ କଥାକୁ ଚ୍ୟାଲେଞ୍ଜ କରିଛନ୍ତି କୃଷ୍ଣ। ସେ କହିଛନ୍ତି, ତାରା ସବୁବେଳେ […] The post ତାରାଙ୍କୁ ଚ୍ୟାଲେଞ୍ଜ କଲେ କୃଷ୍ଣ ପାତ୍ର, କହିଲେ ଭୋକ ବିକଳରେ… appeared first on Dharitri Odia News.

ତାରାଙ୍କୁ ଚ୍ୟାଲେଞ୍ଜ କଲେ କୃଷ୍ଣ ପାତ୍ର, କହିଲେ ଭୋକ ବିକଳରେ…

ଭୁବନେଶ୍ୱର,୧୫ା୨: ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ଏବଂ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି।  କୃଷ୍ଣପାତ୍ର କଲେକ୍ସନରେ ମାତିଥିବା ତାରା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟର ଯେତେ ମହିଳା ଥିଲେ, ସମସ୍ତଙ୍କୁ ଲୋଭ ଦେଖାଇ ଠକିଛି ପୂର୍ବ ସରକାର। ଏବେକା ସରକାର ସେମାନଙ୍କ ପାଇଁ କିଛି କରନ୍ତୁ ବୋଲି କହିଛନ୍ତି ତାରା ପ୍ରସାଦ। ଅନ୍ୟପକ୍ଷରେ ତାରାଙ୍କ କଥାକୁ ଚ୍ୟାଲେଞ୍ଜ କରିଛନ୍ତି କୃଷ୍ଣ।
ସେ କହିଛନ୍ତି, ତାରା ସବୁବେଳେ ହାଲୁକା ମନ୍ତବ୍ୟ ଦିଅନ୍ତି, ସେ କ’ଣ କୁହନ୍ତି ନିଜେ ଜାଣି ପାରନ୍ତିନି। ଭୋକ ବିକଳରେ ତାରା ତାଟିଆ କାମୁଡୁଛନ୍ତି। ଛୋଟ କଥା କହିବା ତାଙ୍କ ପ୍ରକୃତି। ସେ ମୋ’ ବିଷୟରେ ଯାହା କହିଛନ୍ତି ମିଛ, ଆମ ସରକାର ଶୁଦ୍ଧ ଆଉ ପବିତ୍ର ବୋଲି କୃଷ୍ଣ କହିଛନ୍ତି।

The post ତାରାଙ୍କୁ ଚ୍ୟାଲେଞ୍ଜ କଲେ କୃଷ୍ଣ ପାତ୍ର, କହିଲେ ଭୋକ ବିକଳରେ… appeared first on Dharitri Odia News.