ପ୍ରେସ୍‌କ୍ରିପ୍‌ଶନରେ ରହୁନି ଡାକ୍ତରଙ୍କ ସ୍ପଷ୍ଟ ଅକ୍ଷର

କଟକ,୧୧ା୭(ଶିଳ୍ପା ପ୍ରିୟଦର୍ଶିନୀ)ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ହେଲେ ଏହାକୁ ଏସ୍‌ସିବି ମେଡିକାଲ ସମେତ ଅନ୍ୟାନ୍ୟ ସରକାରୀ ଓ ଘରୋଇ ହସ୍ପିଟାଲରେ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ବୁଧବାର ଏସ୍‌ସିବି ମେଡିକାଲରେ ଏକ ବିଭାଗର ଜଣେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଥିଲେ। ହେଲେ ଏହା ବଡ଼ ଅକ୍ଷରରେ ଲେଖାଯାଇ ନ ଥିବାବେଳେ ସ୍ପଷ୍ଟ ଭାବେ ପଢି ହେଉ ନ […] The post ପ୍ରେସ୍‌କ୍ରିପ୍‌ଶନରେ ରହୁନି ଡାକ୍ତରଙ୍କ ସ୍ପଷ୍ଟ ଅକ୍ଷର appeared first on Dharitri Odia News.

ପ୍ରେସ୍‌କ୍ରିପ୍‌ଶନରେ ରହୁନି ଡାକ୍ତରଙ୍କ ସ୍ପଷ୍ଟ ଅକ୍ଷର

କଟକ,୧୧ା୭(ଶିଳ୍ପା ପ୍ରିୟଦର୍ଶିନୀ)ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ହେଲେ ଏହାକୁ ଏସ୍‌ସିବି ମେଡିକାଲ ସମେତ ଅନ୍ୟାନ୍ୟ ସରକାରୀ ଓ ଘରୋଇ ହସ୍ପିଟାଲରେ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ବୁଧବାର ଏସ୍‌ସିବି ମେଡିକାଲରେ ଏକ ବିଭାଗର ଜଣେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଥିଲେ। ହେଲେ ଏହା ବଡ଼ ଅକ୍ଷରରେ ଲେଖାଯାଇ ନ ଥିବାବେଳେ ସ୍ପଷ୍ଟ ଭାବେ ପଢି ହେଉ ନ ଥିଲା। ଏସ୍‌ସିବି ମେଡିକାଲର କେବଳ ଏହି ଗୋଟିଏ ବିଭାଗ ନୁହେଁ, ବରଂ ଅନେକ ବିଭାଗରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଏପରି ଲେଖା କାରଣରୁ ଅନେକ ସମୟରେ ରୋଗ, ଔଷଧ, ପରୀକ୍ଷା ସମ୍ପର୍କରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଜାଣିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରମାନେ ଯେଉଁ ପ୍ରେସ୍‌କ୍ରିପ୍‌ସନ୍‌ ଲେଖୁଛନ୍ତି ତାହା କେବଳ ମେଡିସିନ ଦୋକାନୀ ବୁଝିବା ସମ୍ଭବ ହେଉଥିଲା। ଏହି ଘଟଣାରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ସମସ୍ତ ହସ୍ପିଟାଲରେ ଡାକ୍ତର ବଡ଼ ଅକ୍ଷର ଓ ସ୍ପଷ୍ଟ ଭାବେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବା ପାଇଁ ଗତ ଜାନୁଆରୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ହସ୍ପିଟାଲ, ଘରୋଇ କ୍ଲିନିକ୍‌ ଓ ମେଡିକାଲ କଲେଜ ପାଇଁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲା। ଏଥିସହ ଲେଖା ଏମିତି ହେବା ଦରକାର, ଯାହା କୌଣସି ସନ୍ଦେହ ସୃଷ୍ଟି କରୁ ନ ଥିବ। ଏହି ନିର୍ଦ୍ଦେଶନାମାକୁ ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ ପାଳନ କରୁନାହାନ୍ତି।
ଏନେଇ ଏସ୍‌ସିବି ମେଡିକାଲର ନିରାମୟ କେନ୍ଦ୍ରକୁ ଔଷଧ ପାଇଁ ଯାଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ବିଭିନ୍ନ ପରୀକ୍ଷା ପାଇଁ ଅନେକ ରୋଗୀ ଡାକ୍ତରଖାନା ଆସୁଛନ୍ତି। ହେଲେ ସେଠାରେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ସ୍ପଷ୍ଟ ଭାବେ ଲେଖୁ ନ ଥିବାରୁ ଔଷଧ ସହିତ ଅନ୍ୟାନ୍ୟ ବିଷୟରେ ଜାଣିହେଉ ନାହିଁ। ଏନେଇ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରା କହିଛନ୍ତି, ଡାକ୍ତରମାନେ ବଡ ଅକ୍ଷର ଓ ସ୍ପଷ୍ଟ ଭାବେ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖିବା ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଥିଲା। ଏପର୍ଯ୍ୟନ୍ତ ଏନେଇ କୌଣସି ଅଭିଯୋଗ ଆସିନାହିଁ। ଯଦି କେହି ଏଭଳି ଅଭିଯୋଗ କରନ୍ତି, ତା’ହେଲେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

The post ପ୍ରେସ୍‌କ୍ରିପ୍‌ଶନରେ ରହୁନି ଡାକ୍ତରଙ୍କ ସ୍ପଷ୍ଟ ଅକ୍ଷର appeared first on Dharitri Odia News.