ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ ଅର୍ଜିତ ୧୨ ହଜାର ଟଙ୍କା। ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଢ଼ଳେଶର ପଞ୍ଚାୟତର ଦହିଜଙ୍ଗ ଗ୍ରାମର ଲୁଇସ ସ୍ୱାଇଁ ନାମକ ମହିଳା ଏଠି ଠକାମିର ଶିକାର ହୋଇଛନ୍ତି। ଠକ ଜଣକ ମହିଳାଙ୍କୁ ଫୋନ୍ କରି କହିଥିଲେ ଯେ, ଆପଣଙ୍କ ଖାତାରୁ ସୁଭଦ୍ରା ଟଙ୍କା ଆସଛି, ମେସେଜରେ ଆସିଥିବା ଲିଙ୍କ […] The post ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ appeared first on Dharitri Odia News.

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ ଅର୍ଜିତ ୧୨ ହଜାର ଟଙ୍କା। ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଢ଼ଳେଶର ପଞ୍ଚାୟତର ଦହିଜଙ୍ଗ ଗ୍ରାମର ଲୁଇସ ସ୍ୱାଇଁ ନାମକ ମହିଳା ଏଠି ଠକାମିର ଶିକାର ହୋଇଛନ୍ତି। ଠକ ଜଣକ ମହିଳାଙ୍କୁ ଫୋନ୍ କରି କହିଥିଲେ ଯେ, ଆପଣଙ୍କ ଖାତାରୁ ସୁଭଦ୍ରା ଟଙ୍କା ଆସଛି, ମେସେଜରେ ଆସିଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଏହାପରେ ମହିଳା ଜଣକ ସେହି ଲିଙ୍କରେ କ୍ଲିକ କରି ନିଜର ୧୨ ହଜାର ଟଙ୍କା ହରାଇ ବସିଛନ୍ତି।

ଘଟଣା ସମ୍ପର୍କରେ ମହିଳା ଜଣକ ତାଙ୍କର ସ୍ୱାମୀ ଜିତେନ୍ଦ୍ର କୁମାର ସ୍ୱାଇଁଙ୍କୁ ଜଣାଇବା ପରେ ସେ ନିମାପଡା ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ଓଡିଶା ସରକାର କୌଣସି ଲିଙ୍କ ପଠାଇବେ ନାହିଁ କିମ୍ବା ହିତାଧିକାରୀଙ୍କୁ କଲ କରିବେ ନାହିଁ। ‘ସୁଭଦ୍ରା’ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ। ଏଥିପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ଏହି ଯୋଜନା ପାଇଁ ଏପର୍ଯ୍ୟନ୍ତ ୬୫ ଲକ୍ଷ ମହିଳା ହିତାଧିକାରୀ ପଞ୍ଜୀକୃତ ହୋଇଥିବା ସେ ସୂଚନା ଦେଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡିଶା ଗସ୍ତ କରି ସେପ୍ଟେମ୍ବର ୧୭ ରେ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିବେ।

The post ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ appeared first on Dharitri Odia News.