ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ
ଗୋପାଳପୁର: ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ସ୍ଥିତ ନୂତନ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଓ ବିଭି୍ନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସରକାର ଓ ପ୍ରଶାସନ ସାଧାରଣ ଲୋକମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ସାମିଲ କରିବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ […]

ଗୋପାଳପୁର: ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ସ୍ଥିତ ନୂତନ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଓ ବିଭି୍ନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସରକାର ଓ ପ୍ରଶାସନ ସାଧାରଣ ଲୋକମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ସାମିଲ କରିବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ ହେଉଛି ଏବଂ ଜନସାଧାରଣ ସେଥିରୁ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ରାଜ୍ୟପାଳ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲାରେ ଥିବା ପୋଷ୍ଟ ଅଫିସ ଗୁଡିକ ଜନ ସାଧାରଣଙ୍କୁ କିଭଳି ସେବା ପ୍ରଦାନ କରୁଛନ୍ତି ତାହା ଜାଣିବା ପାଇଁ ଚାହିଁଥିଲେ। ଲୋକ ପ୍ରତିନିଧି ମାନଙ୍କୁ ଏ ସମସ୍ତ କାର୍ଯ୍ୟରେ ସାମିଲ୍ କରାଯାଇ ସେମାନେ ଏହି ସବୁ ଯୋଜନା ସମ୍ପର୍କରେ ସୁବିସ୍ତୃତ ଜାଣି ନିଜ ଅଞ୍ଚଳର ଲୋକେ କିଭଳି ସେଥିରୁ ଉପକୃତ ହେବେ ସେହି ଦିଗରେ ପ୍ରୟାସ କରିବାକୁ ଜନ ପ୍ରତିନିଧିମାନଙ୍କୁ ରାଜ୍ୟପାଳ ଅନୁରୋଧ କରିଥିଲେ। ପ୍ରଶାସନ ଉପଯୁକ୍ତ ହିତାଧିକାରୀ ଚୟନ ସମୟରେ ସରକାର ପ୍ରଦତ୍ତ ମାର୍ଗଦର୍ଶିକା ଆଧାରରେ ତାଲିକା ପ୍ରସ୍ତୁତ କରିବା ଉଚିତ୍। ଯା୍ହା ଫଳରେ ଉପକୃତ ହେଉଥିବା ହିତାଧିକାରୀ ଚୟନ ହୋଇ ସେଥିରେ ଉପକୃତ ହେବେ ତେବେ ଯାଇ ସରକାରଙ୍କର ଆଭିମୁଖ୍ୟ ପୂରଣ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।
ସମୀକ୍ଷା ବୈଠକରେ ଜିଲ୍ଲାରେ ଡାକ୍ତର ଅଭାବ ଏବଂ ପାନୀୟ ଜଳର ଅଭାବ ରହୁଥିବା ସେ ଅବଗତ ହୋଇଥିଲେ। ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଏମ୍. ଶ୍ରବଣା ବିବେକ ବ୍ରହ୍ମପୁର ଉପଖଣ୍ଡ ଆନ୍ଧ୍ର ସୀମା୍ରେଖା ଅଞ୍ଚଳରେ ରହୁଥିବା ହେତୁ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ପରିଚାଳନା କରାଯାଉଛି ସେସମ୍ପର୍କରେ ଅବଗତ କରାଇଥିଲେ। ବ୍ରହ୍ମପୁର ଜିଲ୍ଲାର ପୋଲିସ ଷ୍ଟେସନ୍ ଗୁଡିକର ସ୍ଥିତି, ଟ୍ରାଫିକ୍ ପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା, ଦୁର୍ଘଟଣା ଜନିତ ଜୀବନ କ୍ଷୟକ୍ଷତି ହେଲେ କିଭଳି ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନାରେ ଜନ ସାଧାରଣ ଉପକୃତ ହୋଇ ପାରୁଛନ୍ତି ତାହା ଜଣାଇଥିଲେ। ଜାତୀୟ ରାଜପଥ ଗୁଡିକରେ ଦୁର୍ଘଟଣାକୁ ରୋକିବା ପାଇଁ ଛୋଟଛୋଟ ବାରିକେଡ୍ କରିବା ଦ୍ବାରା ରାଜପଥର ଦୁର୍ଘଟଣାକୁ କିପରି ରୋକାଯାଇପାରୁଛି ତାହାମଧ୍ୟ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣା ଅବଗତ କରାଇଥିଲେ। ହଳଦିଆ ପଦର ଓଭରବ୍ରିଜ୍ ଦୋଷ ତୃଟିକୁ ସୁଧାରି କିଭଳି ଯାତାୟତ ସୁଗମ ହୋଇପାରିବ ତାହା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଜଣାଇଥିଲେ। ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଜିଲ୍ଲାର ଶିଳ୍ପ ଗୁଡିକରେ ଦେଖାଯାଉଥିବା କର୍ମଚାରୀ ଆନ୍ଦୋଳନ, ପର୍ବ ପର୍ବାଣୀ, ଶିକ୍ଷା ବିଭାଗର ପରୀକ୍ଷା, ନିଯୁକ୍ତି ପରୀକ୍ଷା ପରିଚାଳନା କିଭଳି କରାଯାଉଛି ତାହା ଜଣାଇଥିଲେ।
ଲିଡ୍ ବ୍ୟାଙ୍କ ସହାୟତାରେ ବିଭିନ୍ନ ବ୍ୟାଙ୍କ ସମ୍ପର୍କରେ ସରକାରୀ ଯୋଜନା ଗୁଡିକର ଆଲୋଚନା ହୋଇଥିଲା। ବିଭିନ୍ନ ବ୍ୟାଙ୍କରେ କେତେ ଜମାକାରୀ ଅଛନ୍ତି ତାହା ରାଜ୍ୟପାଳ ଜାଣିବାକୁ ଚାହିଁଥିଲେ ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା କରାଇ ଜମାକାରୀ କୋଡିଏ ଟଙ୍କା ଦେଇ କିଭଳି ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମାଜିକ ନିରାପତ୍ତାରେ ସହାୟତା ପାଇବେ ତାହା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।
ରାଜ୍ୟପାଳ ପ୍ରଧାନମନ୍ତ୍ରୀ ନିଶ୍ଚିତ ରୋଜଗାର ଯୋଜନାରେ ଶିକ୍ଷାଗତ ଯୋଗ୍ୟତା ଥାଇ ଅନେକ ଯୁବକଙ୍କୁ ଜଡିତ ରହି ଲକ୍ଷ୍ୟଧାର୍ଯ୍ୟ ବଢାଇବା୍କୁ ମତ ଦେଇଥିଲେ। ଷ୍ଟ୍ରିଟ୍ ଭେଣ୍ଡର ମାନଙ୍କୁ ମାନବିକତା ଦେଖାଇ ବ୍ୟାଙ୍କ ଋଣ ପ୍ରଦାନ କଲେ ସେମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ। ପାନୀୟ ଜଳ ଯୋଗାଣ ସମସ୍ୟା ଏବଂ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କରି ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବାକୁ କହିଥିଲେ । ଜଙ୍ଗଲ ବିଭାଗ, ପ୍ରଧାନମନ୍ତ୍ରୀ ଆଓ୍ବାସ ଯୋଜନା, ଆଇନ ଶୃଙ୍ଖଳା ରକ୍ଷା, ମତ୍ସ୍ୟ ସମ୍ପଦ, ପ୍ରାଣୀ ସମ୍ପଦ, ପର୍ଯ୍ୟଟନ, କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ, ଗ୍ରାମ୍ୟ ଜଳ ଯୋଗାଣ, ଜଳ ସମ୍ପଦ ଇତ୍ୟାଦି ବିଭାଗ ସମ୍ପର୍କରେ ରାଜ୍ୟପାଳ ସମୀକ୍ଷା କରିବା ସହ ବିବିଧ ପରାମର୍ଶ ଦେଇଥିଲେ। ମୁଦ୍ରା ଯୋଜନାର ହିତାଧିକାରୀ ଏବଂ ଗଞ୍ଜାମ ଜିଲ୍ଲାର ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ।ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପ୍ରଧାନମନ୍ତ୍ରୀ ଆଓ୍ବାସଯୋଜନା ହିତାଧିକାରୀ ମାନଙ୍କ ଗୃହ ଆଦର୍ଶ କଲୋନୀ, ଚମାଖଣ୍ଡି ବ୍ଲକ୍ ଗ୍ରାମ୍ୟ ଶିଳ୍ପ କେନ୍ଦ୍ର ଶ୍ରୀ ରାମଚନ୍ଦ୍ରପୁର ବଟନ ଛତୁ ଚାଷ ଏବଂ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଅର୍କିଡ୍ ଫୁଲ ଚାଷ ପରିଦର୍ଶନ କରିଥିଲେ।
ପୂର୍ବାହ୍ନରେ ରାଜ୍ୟପାଳ ରଙ୍ଗେଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ କାର୍ଯ୍ୟକ୍ରମରେ ଯୋଗଦେଇ ଅକ୍ଷୀମୁଠି ପ୍ରଦାନ କରିଥିଲେ।