ଶେଷ ପର୍ଯ୍ୟାୟରେ ବିଜେପିର ଘମାଘୋଟ ପ୍ରଚାର, ଓଡିଶା ଆସୁଛନ୍ତି ଅମିତ ଶାହ- ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର ୨୮।୦୫ : ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଘମାଘୋଟ ପ୍ରଚାର । ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ ଦିନ ୧୨ଟା ୪୫ରେ ଚାନ୍ଦବାଲିଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହାପରେ ଦିନ ୨ଟା୧୫ରେ ପାଣିକୋଇଲି ଓ ୪ଟାରେ ନିମାପଡାରେ ପ୍ରଚାର କରିବେ। ଚାନ୍ଦବାଲି ଦୁର୍ଗା ପଡିଆରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳ ୧୦ଟାରେ ବଡଚଣାରେ ସଭା କରିବେ। ଦିନ ୧୧ଟାରେ ଧର୍ମଶାଳା, ୧୨ଟା୧୫ରେ ବିଞ୍ଝାରପୁରରେ ପ୍ରଚାର କରିବେ। ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପାଣିକୋଇଲି ସଭାରେ ସାମିଲ ରହିବେ। ଦିନ ୩ଟାରେ ସେ ବାଲିକୁଦାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ଧର୍ମେନ୍ଦ୍ର । ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦିନ ୧୦ଟା୩୦ରେ ରାଇରଙ୍ଗପୁରରେ ରୋଡ ଶୋ' କରିବେ। ଦିନ ୧ଟା୧୫ରେ ସୁଳିଆପଦାରେ ଓ ୨ଟା୧୫ରେ ରଘୁନାଥପୁର ଓ ୪ଟା୧୫ରେ ଜଗତସିଂହପୁରରେ ପ୍ରଚାର କରିବେ। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପାଟକୁରାରରେ ରୋଡ ଶୋ' କରିବେ। ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ଦିନ ୩ଟା ବେଳେ ବ୍ରାହ୍ମଣଝରିଲୋରେ ରୋଡ ଶୋ' କରିବେ। ଦିନ ୪ଟା ୩୦ରେ ଉସୁମାଠାରେ ସଭା କରିବେ ଅପରାଜିତା। ପୂର୍ବତନ ସା

ଶେଷ ପର୍ଯ୍ୟାୟରେ ବିଜେପିର ଘମାଘୋଟ ପ୍ରଚାର, ଓଡିଶା ଆସୁଛନ୍ତି ଅମିତ ଶାହ- ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର ୨୮।୦୫ : ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଘମାଘୋଟ ପ୍ରଚାର । ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ ଦିନ ୧୨ଟା ୪୫ରେ ଚାନ୍ଦବାଲିଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହାପରେ ଦିନ ୨ଟା୧୫ରେ ପାଣିକୋଇଲି ଓ ୪ଟାରେ ନିମାପଡାରେ ପ୍ରଚାର କରିବେ। ଚାନ୍ଦବାଲି ଦୁର୍ଗା ପଡିଆରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। 

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳ ୧୦ଟାରେ ବଡଚଣାରେ ସଭା କରିବେ। ଦିନ ୧୧ଟାରେ ଧର୍ମଶାଳା, ୧୨ଟା୧୫ରେ ବିଞ୍ଝାରପୁରରେ ପ୍ରଚାର କରିବେ। ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପାଣିକୋଇଲି ସଭାରେ ସାମିଲ ରହିବେ। ଦିନ ୩ଟାରେ ସେ ବାଲିକୁଦାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ଧର୍ମେନ୍ଦ୍ର । 

ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦିନ ୧୦ଟା୩୦ରେ ରାଇରଙ୍ଗପୁରରେ ରୋଡ ଶୋ' କରିବେ। ଦିନ ୧ଟା୧୫ରେ ସୁଳିଆପଦାରେ ଓ ୨ଟା୧୫ରେ ରଘୁନାଥପୁର ଓ ୪ଟା୧୫ରେ ଜଗତସିଂହପୁରରେ ପ୍ରଚାର କରିବେ। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପାଟକୁରାରରେ ରୋଡ ଶୋ' କରିବେ। ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ଦିନ ୩ଟା ବେଳେ ବ୍ରାହ୍ମଣଝରିଲୋରେ ରୋଡ ଶୋ' କରିବେ। ଦିନ ୪ଟା ୩୦ରେ ଉସୁମାଠାରେ ସଭା କରିବେ ଅପରାଜିତା। ପୂର୍ବତନ ସାଂସଦ ଅଭିନେତା ସିଦ୍ଧାନ୍ତ ମହାପାତ୍ର ପୂର୍ବାହ୍ନରେ ସୁକିନ୍ଦାରେ ଓ ୩ଟାରେ ଚାନ୍ଦବାଲିରେ ରୋଡ ଶୋ' କରିବେ।